-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
22-Mar-2026
ନୂଆପଡ଼ା (ରାମନାଥ ପଣ୍ଡା )
ନୂଆପଡ଼ା ଜିଲ୍ଲା ଖରୀଆର ସ୍ଥିତ ୟାର ଅନୁଷ୍ଠାନ ସଭାପତି ମହେନ୍ଦ୍ର କୁମାର ଯୋଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ଅଧ୍ୟକ୍ଷତାରେ ବୋଡ଼େନ ବ୍ଲକର ପାହାଡ ଅଞ୍ଚଳ ସୁନାମୁଦି ଗ୍ରାମରେ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି। ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଆଦିବାସୀ ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ଜୀବିକା ଲଘୁ ବନ ଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ କରି ପରିବାର ପ୍ରତିପୋଷଣ କରନ୍ତି ଏହା ପ୍ରକୃତିର ଦାନ ।ପାଇଥିବା ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାରକୁ ପରିଚାଳନା କମିଟି ଜରିଆରେ ସୁରକ୍ଷା,ସଂରକ୍ଷଣ ଓ ପୁନର୍ଜନନ କରିବାକୁ ଆଜିକାର କାର୍ଯ୍ୟକ୍ରମରେ ଶପଥ ନିଆଗଲା ଏବଂ ନିଜ ଗାଁ ଓ ଜଙ୍ଗଲରେ ଉପଲବ୍ଧ ବିଭିନ୍ନ ବନ ଜାତ ଔଷଧୀୟ ବୃକ୍ଷ,ଗୁଳ୍ମ ଓ ଜୀବ ଜନ୍ତୁ ମାନଙ୍କୁ ସୁରକ୍ଷା ଦେଇ ଜୈବ ବିବିଧତାର ସୁରକ୍ଷା କରିବା ପାଇଁ ଉପସ୍ଥିତ ବକ୍ତା ୟାର ଅନୁଷ୍ଠାନ ସଭାପତି ମହେନ୍ଦ୍ର କୁମାର ଯୋଶୀ,ସାମ୍ବାଦିକ ତଥା ସମାଜ ସେବୀ ରାମନାଥ ପଣ୍ଡା ଓ ୟାର ଅନୁଷ୍ଠାନ କର୍ମୀ ଖୁସି ରାମ ଭୋଇ ଉପସ୍ଥାପନ କରିଥିଲେ ଏବଂ ସମସ୍ତେ ଏହି ନିଷ୍ପତ୍ତି ନେଲେ।ବିଶ୍ଵ ବନ ଦିବସ ପାଳନ ଅର୍ଥାତ୍ ବିଶ୍ଵର ମଙ୍ଗଳ କାମନା ।