-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
20-Mar-2026
ବୋଡ଼େନ (ରାମନାଥ ପଣ୍ଡା )
ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନ ଠାରେ +୩ ଶେଷ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ୨୦୨୬ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷ ଅବନୀ କୁମାର ଖମାରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ଡଃ କିଶୋର କୁମାର କର୍ଣ୍ଣ , ଅଧ୍ୟାପକ ସନ୍ତୋଷ କୁମାର ମୁଣ୍ଡ,ଅଧ୍ୟାପକ ଗୌରହରି ମେହେର,ଅଧ୍ୟାପିକା ବିଜେତା ଚାଉଲିଆ,ଅଧ୍ୟାପିକା ପ୍ରୀତିସୁଧା ପଣ୍ଡା ପ୍ରମୁଖ ମଞ୍ଚାଶିନ ଥିଲେ ।କାର୍ଯ୍ୟକ୍ରମରେ ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କ ତିନି ବର୍ଷର ସ୍ମୃତି ସମୂହକୁ ଉଚ୍ଚାଟନ କରି ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଦାୟ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମଟିକୁ+୩ ଦ୍ଵିତୀୟ ବର୍ଷ ଓଡ଼ିଆ ସମ୍ମାନର ଛାତ୍ର ନବୀନ କୁମାର ଜଗତ ସଂଯୋଜନା କରିଥିବାବେଳେ ଶେଷ ବର୍ଷର ଛାତ୍ରୀ ବୀଣାପାଣି ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ।