-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ଖଣି ଖନନ ନିଲାମକୁ ଦୃଢ଼ ବିରୋଧ - ରତାଖଣ୍ଡିରେ ଵିଶାଲ ସମାବେଶ

18-Mar-2026



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ବିଅରପାଲି ଗ୍ରାଫାଇଟ ମାଇନିଂ ବ୍ଲକକୁ ଅଗ୍ରସେନ ସ୍ପଞ୍ଜ ପ୍ରାଇଭେଟ ଲି., ବବଜା ଗ୍ରାଫାଇଟ ମାଇନିଂ ବ୍ଲକକୁ ଅଗ୍ରସେନ ସ୍ପଞ୍ଜ ପ୍ରାଇଭେଟ ଲି. କମ୍ପାନୀକୁ ନିଲାମ ଦେଇ ଥିବା ଖବର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଅଞ୍ଚଳବାସୀ ତାତି ଉଠିଛନ୍ତି | ଚଳିତ ବିଧାନସଭା  ଅଧିବେଶନରେ ମଧ୍ୟ ବିଅରପାଲି, ବବଜା, ଲରମ୍ଭା, ଭରତବାହାଲ, କହ୍ନେଇଟାଲ, ସାଲେପାଲି ଗ୍ରାଫାଇଟ ମାଇନିଂ ବ୍ଲକ ଖଣି ଖନନ କଥା ଗୃହରେ ଆଲୋଚନା ହୋଇଥିଲା | ଖଣି ଖନନ ବିଷୟରେ ସ୍ଥାନୀୟ ପ୍ରଶାସନ ଏବଂ ରାଜନେତାଙ୍କୁ ସ୍ପଷ୍ଟୀକରଣ ମାଗିଲେ କେହି ସନ୍ତୋଷ ଜନକ ଉତ୍ତର ଦେଉ ନାହାନ୍ତି | ଖଣି ଖନନ ବିଷୟ ବିଭିନ୍ନ ଗଣମାଧ୍ୟମରେ ଓ ବିଧାନସଭାରେ ପ୍ରଶ୍ନ ଉପସ୍ଥାପନ ହେଲାପରେ ମଧ୍ୟ ଜନସାଧାରଣଙ୍କୁ ଆଢୁଆଳରେ ରଖିଛନ୍ତି ସ୍ଥାନୀୟ ପ୍ରଶାସନ ଏବଂ ରାଜନେତା | ଦିନକୁ ଦିନ ଜନସାଧାରଣଙ୍କ ମନରେ ଭୟ ଏବଂ ଆତଙ୍କ ଖେଳି ଯାଉଛି | ଖଣି ଖନନ ହେଲେ ଅଞ୍ଚଳ ପୁରା ଦୂଷିତ ହେଇଯିବ, ଜଳବାୟୁ ପରିବର୍ତନ ହେଇଯିବ, ଜଳ ସ୍ଥର କମିବା ସହିତ ଜଳ ଜହର ହେଇଯିବ, ଜୀବଜନ୍ତୁ ଉପରେ କୁପ୍ରଭାବ ପଡ଼ିବ, ମଣିଷ ସମାଜ ଉପରେ କୁପ୍ରଭାବ ପଡ଼ିବ, ମାନବ ସମାଜ କୁ ବିଭିନ୍ନ ରୋଗ ଆକ୍ରାନ୍ତ କରିବ, ଚାଷୀ ଓ ଚାଷ ପ୍ରତି କୁପ୍ରଭାବ ପଡ଼ିବ, ସାମାଜିକ କ୍ଷେତ୍ରରେ ପ୍ରଭାବ ପଡ଼ି ଭାଇଚାରା ନଷ୍ଟ ହେବ, ଏହାର କୁପ୍ରଭାବରେ ଲୋକେ ବାଧ୍ୟ ହୋଇ ଭିଟାମାଟି ହରେଇବେ, ଗାଁ ଗାଁ ମଧ୍ୟରେ ସୁସମ୍ପର୍କ ବିଲୋପ ପାଇଯିବ, ସଂସ୍କୃତି, ପରମ୍ପରା, ଯାନିଯାତ୍ରା ଉପରେ ପ୍ରଭାବ ପଡ଼ିବ ବୋଲି ଜନସାଧାରଣ ଏହାକୁ ଦୃଢ଼ ବିରୋଧ କରୁଛନ୍ତି | ଯଦି ସରକାର ର ଏ ଅଞ୍ଚଳ ପ୍ରତି ଆନ୍ତରିକତା ଅଛି ତାହେଲେ ସୁତା କଳ କାରଖାନା ପ୍ରତିଷ୍ଠା, ବିଡ଼ି ତିଆରି କାରଖାନା, ଚିନି କଳ କାରଖାନା, ଆମ୍ବ ଜୁସ କାରଖାନା, ତରଭୁଜ ଜୁସ କାରଖାନା, ଟମାଟୋ ସସ କାରଖାନା, ବିଭିନ୍ନ ଲଘୁ ବନ୍ୟ ଜାତ କାରଖାନା ପ୍ରତିଷ୍ଠା କରନ୍ତୁ ବୋଲି ଜନସାଧାରଣରେ ପ୍ରଶ୍ନ ଉଠୁଛି | ଛୋଟ ଛୋଟ କଳ କାରଖାନା ପ୍ରତିଷ୍ଠା କଲେ ଏଠାରେ କିଛି ମାତ୍ରାରେ ଦାଦନ ସମସ୍ୟା, ବେକାରୀ ସମସ୍ୟା ଦୂର ହେଇପାରେ | ଜନସାଧାରଣଙ୍କୁ ଜଳାଞ୍ଜଳି ଦେଇ କେବଳ ସରକାର ପୁଞ୍ଜିପତି ମାନଙ୍କ ପାଇଁ କାମ କରୁଛନ୍ତି ବୋଲି ପ୍ରଶ୍ନ ଉଠୁଛି | ଏକ ଚିଠିରୁ ସୂଚନା ମିଳିଛି ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ  ଚିଠି ସଂଖ୍ୟା M. IV -1/4/26  Mines IV, ୧୭ତମ ଲୋକସଭାର ୭ମ ଅଧିବେଶନରେ  କେନ୍ଦ୍ର ଖଣି ମନ୍ତ୍ରୀ କିଷନ 

କିଷନ ରେଡ୍ଡୀଙ୍କୁ ପ୍ରଶ୍ନ ଉପସ୍ଥାପନ କରି ଉତ୍ତର ମାଗିଥିଲେ ବଲାଙ୍ଗୀର ଜିଲ୍ଲାରେ ହେବାକୁ ଥିବା ଖଣି ଖାଦାନ ନିଲାମ ପ୍ରକ୍ରିୟା ଓ ତାର କାର୍ଯ୍ୟନ୍ୱୟନ ବିଷୟରେ | ଖଣିମନ୍ତ୍ରୀ ପ୍ରତିଉତ୍ତର ଦେଇଛନ୍ତି ଖଣି ନିଲାମ ପ୍ରକ୍ରିୟା ସରି ଯାଇଛି, ବିଭିନ୍ନ କମ୍ପାନୀକୁ ଦିଆ ହୋଇ ସାରିଛି ଓ ଖୁବ ଶୀଘ୍ର ଖଣି ଖନନ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ବୋଲି କହିଛନ୍ତି | ସେହିଭଳି ଚଳିତ ରାଜ୍ୟସଭା ଅଧିବେଶନରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବଲାଙ୍ଗୀର ଜିଲ୍ଲାରେ ନିଲାମ ହୋଇଥିବା ଛଅ ଗୋଟି ଗ୍ରାଫାଇଟ ଖଣି  ବିଷୟ ଉପସ୍ଥାପନ କରି ଜୋରଦାର ବିରୋଧ କରି ଖଣି ଖନନର କୁପ୍ରଭାବ ଜନସାଧାରଣ, ଆଦିବାସୀ, ଜୀବନ ଜୀବିକା, ପରିବେଶ ଉପରେ କହିଥିଲେ | ସାଂସଦ ଶ୍ରୀ ବିଶିଙ୍କ କାର୍ଯ୍ୟକୁ ସମାବେଶରେ ପ୍ରଶଂସା କରାଯାଇଥିଲା | ଏହି ବିଷୟ ଆଜିର ସମାବେଶରେ ଆଲୋଚନା ହୋଇ ଆଗାମୀ ଦିନରେ ଖଣି ନିଲାମ ପ୍ରତ୍ୟାହାର ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ସହିତ ଆଗାମୀ ୨୯ରେ ଭୁବନେଶ୍ୱରରେ ହେବାକୁ ଥିବା ଆନ୍ଦୋଳନରେ ଯୋଗଦେବାକୁ ନିଷ୍ପତ୍ତି ନିଆଯାଇଛି  |

ଆଜିର ସମାବେଶରେ ଜନମ ମାଏଟ ବଚାଓ ସଂଘର୍ଷ ସମିତିର ଗିରିରାଜ ଭୋଇ, ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତିର ସତ୍ୟ ବନଛୋର, ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀ, ସରଗାଡ଼ ସରପଞ୍ଚ ସରୋଜ ବେହେରା,ସରଗାଡ଼ ସମିତି ସଭ୍ୟ ବୀରେନ୍ଦ୍ର ସାହୁ, କୁସମେଲ ସରପଞ୍ଚ କସ୍ତୁଭ ସାହୁ,ରତାଖଣ୍ଡି ହିମାଞ୍ଚଳ ମେହେର,ରତାଖଣ୍ଡି ସମିତି ସଭ୍ୟ ମିଶ୍ର ବରିହା, ମାଗୁରବେଢ଼ା ସରପଞ୍ଚ ସଞ୍ଜୟ ଗଡ଼ତ୍ୟା,ପୂର୍ବତନ ସରପଞ୍ଚ କୈଳାଶ ବରିହା, ଗୁଣନିଧି ବରିହା, ଭକ୍ତ ବରିହା, ଶର୍ମା ସାହୁ, ମୋତିରାମ ବରିହା,ଭୀଷ୍ମ ବରିହା,ରାଧାକାନ୍ତ ନାଏକ, ଥବୀର ରା଼ଏ ପ୍ରମୁଖ ସରକାର ବିରୋଧରେ ଜୋର ବର୍ଷି ଥିଲେ  |


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like