-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
11-Mar-2026
ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ସହରରେ ବୁଲିଲା ଖଣ୍ଡା । ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଲା ପୁଲିସ୍ । ଲୋକେ କହିଲେ ସାବାସ ପୁଲିସ୍ । ଗତକାଲି ରାତି ପ୍ରାୟ ୯.୪୫ ରେ ସୋନପୁର ନୂତନ ବସଷ୍ଟାଣ୍ଡ ସାମନା ତଥା ଠିପି ବନ୍ଦ ମଦ ଦୋକାନ ପାଖରେ ବିଚ୍ ରାସ୍ତା ରେ ଜଣେ ନିଶାଖୋର ଯୁବକ ଏକ ବଡ଼ ଖଣ୍ଡା ଧରି ବିଭିନ୍ନ ଢଙ୍ଗରେ ବୁଲାଇବା ସହିତ ତଳେ କଚାଡୁ ଥିଲା ଓ ଲୋକଙ୍କୁ ଭୟଭୀତ କରୁଥିଲା । କିନ୍ତୁ ସୌଭାଗ୍ୟ ବଶତଃ ସୋନପୁର ପୁଲିସ ର ପିସିଆର ଭ୍ୟାନ ସେହି ରାସ୍ତା ଦେଇ ଆସୁଥିବା ବେଳେ ଯୁବକର ଗତିବିଧି ଦେଖି ତା ପାଖକୁ ଯିବା ବେଳେ ଯୁବକ ଜଣକ ନିକଟସ୍ଥ ନାଳରେ ଖଣ୍ଡା ଟିକୁ ଫୋପାଡି ଦେଇଥିଲା। ପରେ ପୁଲିସ୍ ନାଳ ରୁ ବିରାଟ ଖଣ୍ଡା କୁ ଉଦ୍ଧାର କରିବା ସହ ଜବତ କରିଥିଲା। ପରେ ଯୁବକକୁ ସୋନପୁର ଥାନା ଅଧିକାରୀ ଶ୍ରୀ ଯାଦବ ବାଗ ଅଧିକ ପଚରାଉଚରା କରିଥିବା ବେଳେ ଯୁବକଟି ନିଶା ସେବନ ସହ ମାନସିକ ବିକାର ଗ୍ରସ୍ତ ଥିବା ଜଣାପଡିଥିଲା। ପରେ ଯୁବକକୁ ପୁରୁଣା ହସ୍ପିଟାଲ ଠାରେ ଅବସ୍ଥିତ ମାନସିକ ରୋଗୀ ଙ୍କ ଚିକିତ୍ସା ଓ ଆଶ୍ରୟ ସ୍ଥଳ (ମାମି) ରେ ଛାଡ଼ି ଦେଇଥିବା ସୂଚନା ଦେଇଛନ୍ତି ଆଇଆଇସି ଶ୍ରୀ ବାଗ । ସେପଟେ ସକାଳୁ ବୁଢ଼ାରଜା ମନ୍ଦିର କମିଟି ର ଯୁବକ ମାନେ ଥାନାରେ ପହଞ୍ଚି ମନ୍ଦିର ର ଖଣ୍ଡା ଚୋରି ହୋଇଥିବା ଅଭିଯୋଗ କରିଥିବା ବେଳେ ସମ୍ପୃକ୍ତ ଯୁବକ ଙ୍କ ପାଖରୁ ଜବତ ହୋଇଥିବା ପିତଳ ନିର୍ମିତ ଖଣ୍ଡାକୁ ଚିହ୍ନଟ କରି ଥାନାରୁ ନେଇଥିଲେ। ନୂତନ ଥାନାଧିକାରୀ ଶ୍ରୀ ବାଗ ସୋନପୁର ଥାନାରେ ଯୋଗ ଦେବା ପରେ ପୁଲିସ୍ ର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ଜନସାଧାରଣ ତଥା ବୁଦ୍ଧିଜୀବି ପ୍ରଶଂସା କରିଛନ୍ତି । ପ୍ରକାଶ ଥାଉ କି ଯେ ଶ୍ରୀ ବାଗ ଅଳ୍ପ ଦିନ ଆଗରୁ ସହରର ବିଭନ୍ନ ବର୍ଗର ନାଗରିକଙ୍କୁ ନେଇ ସୋନପୁର ଥାନାରେ ଏକ ଶାନ୍ତି କମିଟି ବୈଠକ ଅୟୋଜନ କରି ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।