-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
11-Mar-2026
ବଲାଙ୍ଗୀର (ପ୍ରେରଣା ଖବର): ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ତଥା ବ୍ଲଡ ବ୍ଯାଙ୍କ, ବଲାଙ୍ଗୀରର ମିଳିତ ସହଯୋଗରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡଃ ଅରବିନ୍ଦ କୁମାର ଓଝାଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡଃ ବଂଶୀଧର ଦୀପ, ଏନ.ଏସ.ଏସ କାର୍ଯ୍ୟକ୍ରମ ଅଧିକାରୀ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିର, ଡଃ ଅନୁରାଧା ମିଶ୍ର, ଡଃ ମୀନତି ଦେବତା, ଅଜିତ କୁମାର ପଣ୍ଡା ବ୍ଲଡ ବ୍ଯାଙ୍କର ଡକ୍ଟର ଅଶୋକ କୁମାର ମିଶ୍ର, ମେଡିକାଲ ଅଫିସର, ଜ୍ଯୋତିର୍ମୟୀ ନାଏକ, ଶେକ୍ ଅବଦୁଲ ଅଶରଫ, ସ୍ବାଗତିକା ରାଉଳ, ଦେବେନ୍ଦ୍ର ନନ୍ଦ ପ୍ରମୁଖ ସହଯୋଗ କରିଥିଲେ । ମୋଟ ୧୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।