-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
10-Mar-2026
ନୂଆପଡ଼ା (ରାମନାଥ ପଣ୍ଡା )
ନେହେରୁ ଯୁବ କେନ୍ଦ୍ର ନୂଆପଡ଼ା ଆନୁକୁଲ୍ୟରେ ଜୟ ଜଗନ୍ନାଥ ୟୁଥ କ୍ଲବ ରୋକାଲ ଦ୍ଵାରା ରୋକାଲ ପଞ୍ଚାୟତଖେଳ ପଡିଆ ଠାରେ ଜିଲ୍ଲା କ୍ରୀଡା ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି ।ୟୁଥ୍ କ୍ଳବ୍ ସଭାପତି ଈଶ୍ୱର ମାଝୀଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ରୂପେ ରାଜେନ୍ଦ୍ର ପ୍ରସାଦ ବଢେଇ ଜିଲ୍ଲା କ୍ରୀଡ଼ା ଅଧିକାରୀ,ବିଶିଷ୍ଟ ଅତିଥି ରୂପେ ସରପଂଚ ଠାକୁର ବାଗ , ସମ୍ମାନିତ ଅତିଥି ଭାବରେ ରତନ ସିଂ ବାରିକ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ସୋମନାଥ ମାଝୀ ଅଧ୍ୟାପକ ଜୁନିଅର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋମନା, ଏନ୍ ୱାଇ କେ ଅଧିକାରୀ ମୁକେଶ ପାଣ୍ଡେ, ବୈଷ୍ଣବ ଦୁରିଆ ରାଜ୍ୟ ସମ୍ପାଦକ ଏ ୟୁ ପି ଟି ଏଫ୍ ଓଡ଼ିଶା, ରାମନାଥ ପଣ୍ଡା ନିର୍ଭୟ ସୂଚନା ଜିଲ୍ଲା ରିପୋର୍ଟର,ପ୍ରକାଶ ଶଗରିଆ ପ୍ରେସ,ସମସ୍ତ କ୍ରୀଡ଼ା ଶିକ୍ଷକ,ସି ଆର୍ ସି ସି କର୍ଣ୍ଣ ଶବର ପ୍ରମୁଖ ମଞ୍ଚାସିନ ଥିଲେ । ଦୁଇ ଦିନ ବ୍ୟପୀ ଚାଲି ଥିବା ପ୍ରତିଯୋଗିତାରେ ଭଳି ବଳ, ସ୍ଲୋ ସାଇକେଲ, ବେଡ଼ ମିଣ୍ଟନ, ୧୦୦ ମିଟର ଦୌଡ଼, ୨୦୦ ମିଟର ଦୌଡ଼, ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା ।ସମସ୍ତ କ୍ରୀଡ଼ା ଶିକ୍ଷକ ଗଣେଶ ଚନ୍ଦ୍ର ଯୋଶୀ,ସୁବାସ ଚନ୍ଦ୍ର ଯୋଶୀ,ଦିଲୀପ ଦାସ, ଡୋଳାମଣି ନିଆଲ ଓ ଦିନେଶ ନାଏକଙ୍କୁ ଏବଂ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଖେଳାଳି ମାନଙ୍କୁ ମେଡାଲ ଓ ଟ୍ରଫି ସହିତ ସମ୍ମାନିତ କରାଯାଇଥିଲା । ସମ୍ପୂର୍ଣ କାର୍ଯ୍ୟକ୍ରମରେ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।ଶୁଭ୍ରାଂଶୁ ଅଗସ୍ତି ମଞ୍ଚ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।