-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
09-Mar-2026
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବୁଦୁଲା ପଂଚାୟତ କାର୍ଯ୍ୟାଳୟ କଲ୍ୟାଣ ମଣ୍ଡପ ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା l ଉକ୍ତ ଜନ ଶୁଣାଣି ସରପଞ୍ଚ ରିନା ପଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ସି ଡି ପି ଓ ଶୁଭଶ୍ରୀ ମିଶ୍ର , ଜି ପି ଓ ଦେବରାଜ ତାଣ୍ଡି ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ l ମୋଟ 11 ଟି ଅଭିଯୋଗ ଉପରେ ଜନ ଶୁଣାଣି ହୋଇଥିଲ। ଯାହାଜି ପ୍ରଧାନ ମନ୍ତ୍ରୀ ଆବାସ, ଭତ୍ତା , ଗ୍ରୀଷ୍ମ ଋତୁରେ ପାଣି ସମସ୍ୟା , ପାହାଚ ଘାଟ , ରାସ୍ତା ମରାମତି ଉପରେ ଜନ ଶୁଣାଣି ହୋଇ ଥିଲା l ଆଜିର ଶୁଣାଣି ରେ ଜ୍ଞାନରଞ୍ଜନ ସା, ଅଂଶୁମାନ ଦେବ ବାବୁ, ଏପିଓ ଜଗତଜିତା ସେଠି, ଏଡିଈଓ ଶ୍ରୀ ମେହେର ଓ ପଞ୍ଚାୟତ ପି ଇ ଓ ବଳରାମ ଧାରୁଆ ପ୍ରମୁଖ ଉପସ୍ଥିତ ରହି ଆଜିର ଜନ ଅଭିଯୋଗ ଶୁଣାଣି ସଫଳ କରିଥିଲେ l