-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
08-Mar-2026
ବଲାଙ୍ଗୀର(ପ୍ରେରଣା ଖବର): ଉତ୍କଳ ମହିଳା ବିକାଶ ପରିଷଦ ଓ ପାରାଦୀପ ଫୋସଫେଟ ଲିମିଟେଡ, ଫାସ୍ଫଟିଏ ଲିମିଟେଡ଼ ଉଭୟଙ୍କ ମିଳିତ ଆନୁକୂଲ୍ୟରେ ସଭାପତି ସୁଶ୍ରୀ ସଂଯୁକ୍ତା ମିଶ୍ର ଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି ଏହି ଦିବସରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ମହିଳା କମିଶନର ଅଧ୍ୟକ୍ଷା ଜ୍ୟୋତିର୍ମୟୀ
ପାଣିଗ୍ରାହୀ ସମ୍ମାନିତ ଅତିଥି, ଡାକ୍ତର ବାସନ୍ତୀ ମଞ୍ଜରୀ ହନୁମାନ, ଖେଳ ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ର, ସମାଜସେବୀ ନିହାରିକା ମିଶ୍ର, ପାରାଦୀପ ଫୋସଫେଟ ଲିମିଟେଡ଼ ଡିଷ୍ଟିକ୍ଟ ସୁପରଭାଇଜର ଶୁଭେନ୍ଦୁ
କୁମାର ନନ୍ଦ, ମଂଚାସୀନ ଥିଲେ। ଏଥିରେ ପରିଷଦର ସମସ୍ତ ସଭ୍ୟା,କନ୍ଧପାଲିପଡାର ବହୁ ମହିଳା ଯୋଗଦାନ କରିଥିଲେ। ଏହି ମହିଳା ଦିବସକୁ ସଫଳତାର ସହିତ ପାଳନ କରିବାରେ ସବିତା ରାଣୀ ମିଶ୍ର, ଜ୍ୟୋତିରଞ୍ଜନ ନନ୍ଦ, ମାଧୁରୀ ସ୍ବାଇଁ, ସବିତା ଥପା ସହ କନ୍ଧପାଲି ପଡାବାସୀ ସାହାଯ୍ୟ ସହଯୋଗ କରିଥିଲେ।