-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
27-Feb-2026
କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ରେ ଚାଲିଛି ବେଆଇନ ବିଦେଶୀ ମଦ ଡେଲିଭରୀ ଯେଉଁଠିକୁ ଫୋନ୍ କଲେ ରାତି ତମାମ ପହଁଚୁଛି ମଦ ଏବଂ ତାପରେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବା ଦେଖିବାକୁ ମିଳିଛି। କଣ୍ଟାବାଞ୍ଜି ସହରରେ ୨ଦୁଇ ଟି ଲାଇସେନ୍ସ ଧାରୀ ମଦ ଦୋକାନ ରହିଛି। ଯାହା କି ବେଆଇନ ଭାବେ ସହରରେ ସ୍ଥାପିତ ହୋଇଛି। ଅବକାରୀ ନିୟମ ଅନୁସାରେ ରାତି ୧୦ ଟା ସମୟ ହେଳେ ବିଦେଶୀ ମଦ ଦୋକାନ ବନ୍ଦ ହେଉଛି ଏହାପରେ ରାତି ୧୦ଟା ପରେ ବାହାରି ପଡୁଛନ୍ତି ମଦ ଡେଲିଭରୀ ବୋୟେ ଏମାନେ ରାତି ସାରା କଣ୍ଟାବାଞ୍ଜି ସହରେ ଥିବା ବଡ଼ ବଡ଼ ହୋଟେଲ,ଘର, ଏବଂ ବିଭିନ୍ନ ସ୍ଥାନର କୁ ଏମାନେ ବିପୁଳ ପରିମାଣର ମଦ ଧରି ଡେଲିଭରୀ କରୁଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ଆଇନ ଶୃଙ୍ଖଳା ପରିସ୍ଥିତି କୁ ନଜର ରଖି ରାତି ୧୦ଟା ସମୟରେ ଲାଇସେନ୍ସ ଧାରୀ ମଦ ଦୋକାନ ଗୁଡିକ କୁ ବନ୍ଦ କରୁଥିବା ବେଳେ କଣ୍ଟାବାଞ୍ଜି ସହରରେ ଏହି ବେଆଇନ ମଦ ବିକ୍ରି କରୁଥିବା ଯୁବକ ମାନେ ରାତି ୧୦ଟା ପରେ ଏହି ମଦ ବେପାର ଆରମ୍ଭ କରୁଛି। ସିଧାସଳଖ ଏମାନେ ମଦ ଡେଲିଭରୀ କରିଥିବା ଯୋଗୁଁ ନିଶାଶକ୍ତ ବ୍ୟକ୍ତି ମାନଙ୍କୁ ମଦ ସହଜ ରେ ମିଳିଯାଉଛି। ଯାହାଫଳରେ ଅସାମାଜିକ ବ୍ୟକ୍ତି ମାନେ ରାତିରେ ମଦ ପିଇ କଣ୍ଟାବାଞ୍ଜି ସହର ଏବଂ ସହର ବାହାରେ ଚୋରି ଡକାୟତି କରୁଛନ୍ତି ଏବଂ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସହର ଭିତରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ସିଧାସଳଖ ମଦ ଡେଲିଭରୀ କରୁଥିବା ଯୁବକ ମାନେ ହିଁ ଦାୟୀ ରହିଛନ୍ତି। ଅନ୍ୟପକ୍ଷରେ ଏହି ବେଆଇନ ମଦ ଡେଲିଭରୀ କରୁଥିବା ଯୁବକ ମାନଙ୍କୁ କଣ୍ଟାବାଞ୍ଜି ରେ ଥିବା ଏହି ଦୁଇଟି ଲାଇସେନ୍ସ ଧାରୀ ମଦ ଦୋକାନ କେଉଁ ନିୟମ ଅନୁଯାୟୀ ଏମାନଙ୍କୁ ଏକା ସାଙ୍ଗରେ ଏତେ ପରିମାଣର ମଦ ଦେଉଛି। ଅବକାରୀ ବିଭାଗ ନିୟମ ଅନୁଯାୟୀ କଣ୍ଟାବାଞ୍ଜି ରେ ଥିବା ଲାଇସେନ୍ସ ଧାରୀ ଦୋକାନ ରେ ଗୋଟିଏ ବ୍ୟକ୍ତି ଙ୍କୁ ଲିମିଟେଡ ମଦ ଦେଇ ପାରିବେ ଏକା ମାତ୍ରେ କୁ ବିପୁଳ ପରିମାଣର ମଦ ଦେଇ ପାରିବେ ନାହିଁ। ଏହା ଉପରେ ରାଜ୍ୟ ସରକାର ଙ୍କ ଅବକାରୀ ବିଭାଗ ନଜର ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଅତି ଆବଶ୍ୟକ ଅଟେ। ସେହିପରି କଣ୍ଟାବାଞ୍ଜି ସହରରେ ବେଆଇନ ଭାବେ ରାତି ସାରା ମଦ ଡେଲିଭରୀ କରୁଥିବା ଯୁବକ ମାନଙ୍କ ବିଷୟରେ କଣ୍ଟାବାଞ୍ଜି ପୋଲିସ ଏବଂ ଅବକାରୀ ପୋଲିସ ପାଖରେ ସବୁ ପ୍ରକାର ଖବର ଥିବା ସ୍ବତେ ମଧ୍ୟ ଡେଲିଭରୀ କରୁଥିବା ଯୁବକ ମାନଙ୍କ ଠାରୁ ମୋଟା ଅଙ୍କର ହାତଗୁଜା ନେଇ ପରକ୍ଷ ଭାବରେ ପୋଲିସ ସହଯୋଗ କରୁଥିବା ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସ୍ଥାନୀୟ ବୃଦ୍ଧିଜୀବି ମାନେ ଏନେଇ ମତ ପ୍ରକାଶ କରିଛନ୍ତି। ତେବେ ଦେଖିବାକୁ ରହିଛି ଏହା ପରେ କଣ୍ଟାବାଞ୍ଜି ପୋଲିସ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ କଣ୍ଟାବାଞ୍ଜି ରେ ରାତି ରେ ବେଆଇନ ମଦ ବିକ୍ରି କେବେ ବନ୍ଦ ହେଉଛି।