-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର) ଡାବୁଗାଁ ଉମରକୋଟ ୩୯ ନଂ ରାଜ୍ୟ ରାଜପଥ ପ୍ରଶସ୍ତିକରଣ କାମ ଚାଲିଛି। ଏଥିପାଇଁ ରାସ୍ତାକଡରେ ଥିବା ବହୁ ପୁରାତନ ତଥା ମୂଲ୍ୟବାନ ଗଛ ଗୁଡିକ କଟା ଚାଲିଛି। ଗଛକଟା ଯୋଗୁଁ ୩୯ ନଂ ରାଜ୍ୟ ରାଜପଥ ଏବେ ବୃକ୍ଷଶୂନ୍ୟ ହୋଇପଡିଛି। ଗଛ କଟିବା ପରେ ରାଜପଥ ଲଣ୍ଡା ଦେଖାଯାଉଛି। କେଉଁ ସ୍ଥାନ କେଉଁଠି ତାହା ପଥଚାରୀ ଜାଣିପାରୁନାହନ୍ତି। ଶୀତଋତୁ ଥିବାରୁ ରାଜପଥରେ ଗଛର ଅଭାବ ଅନୁଭୂତ ହେଉନାହିଁ। ହେଲେ ବର୍ତମାନ ଗ୍ରୀଷ୍ମଦିନରେ ପଥାଚାରୀ ଛାୟା ନ ପାଇ ଦୁର୍ଦ୍ଦଶାର ସମ୍ମୁଖୀନ ହେବା ଆଶଙ୍କା ନିଶ୍ଚିତ ବଡ଼ିବ ବୋଲି ଏବେଠାରୁ ଲୋକେ ଆଲୋଚନା କଲେଣି। କ୍ଲାନ୍ତ ଅନୁଭବ କଲେ ଯାତ୍ରୀମାନେ ଗଛଛାଇରେ ବିଶ୍ରାମ ନେଉଥିଲେ। ଏବେ ଜନସଂଖ୍ୟା ତାଳଦେଇ ଯାନବାହାନ ବୃଦ୍ଧି ପାଇଛି। ପ୍ରଶସ୍ତୀକରଣ ପରେ ରାସ୍ତା ପାର୍ଶ୍ୱ ଗଛ କଟିଛି ଫଳରେ ଗଛଗୁଡିକରେ ଆଶ୍ରୟ ନେଇଥିବା ପକ୍ଷୀମାନେ ବାସହରା ହୋଇ ପଡିଛନ୍ତି।
ସ୍ଥାନୀୟ ବନବିଭାଗ ର ଜଣେ କର୍ମଚାରୀ ଙ୍କୁ ଯୋଗାଯୋଗ କରିବାରୁ ଜଣା ପଡିଲା କଟିଥିବା ଗଛର ଗଣ୍ଡି ସବୁ ଓଡିଶା ବନ ଉନ୍ନୟନ ନିଗମକୁ ଯାଇଛି। ନିଗମ ପକ୍ଷରୁ ଗଣ୍ଡି ସବୁ ନିଲାମ କରି ବିକ୍ରି କରାଯାଇଥାଏ। ଯଦି ଏହି ପଇସାରେ ଖାସ କରି ଡାବୁଗାଁ ଅଞ୍ଚଳରେ ପୁନଃ ବଣିକରଣ କରାଯାଏ ତେବେ କିଛି ମାତ୍ରାରେ ପରିବେଶ ସୁସ୍ଥ ରହିପାରନ୍ତ ବଳି ଆଶାକରା ଯାଉଛି।