-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
23-Feb-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଲଛିପୁର ଲିଟିଲ୍ ଫ୍ଲାୱାର୍ ପବ୍ଲିକ ସ୍କୁଲ ରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଉତ୍ସବରେ ସ୍କୁଲର ମ୍ୟାନେଜିଙ୍ଗ ଡାଇରେକ୍ଟର ଶ୍ରୀ ପୀତବାସ ଦେବତା ଓ ଆସିଷ୍ଟାଣ୍ଟ ମ୍ୟାନେଜିଙ୍ଗ ଡାଇରେକ୍ଟର ଦୀପକ କୁମାର ମେହେର ଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଲଛି ପୁର ଭାର ପ୍ରାପ୍ତ ଥାନା ଅଧିକାରୀ ଜୟାତି କେଶରୀ ସାହୁ, ମୁଖ୍ୟ ବକ୍ତା ବାସୁଦେବ ରଣା,ସମ୍ମାନିତ ଅତିଥି ଜ୍ୟୋତି ରଞ୍ଜନ ନୁଆଇଁ ଓ ମେଘନାଥ ସାହୁ, ଯୋଗଦାନ କରିଥିଲେ । ବାର୍ଷିକ କ୍ରୀଡାର କୃତି ପ୍ରତିଯୋଗିତାକୁ ପୁରସ୍କୃତ କରାଯାଇଥିଲା ଓ ପରେ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି ରକ୍ତଦାନ ଶିବିର ରେ ସୋନପୁର ରକ୍ତ କେନ୍ଦ୍ର ସୁଦାମ ବିଶ୍ୱାଳ, ଜଗତ ଦରୱାନ ଓ ଯୁଧିଷ୍ଠିର ନାଏକ ରକ୍ତ ସଂଗ୍ରହ କରିଥିଲେ ଏବଂ ଡାକ୍ତର ଅଂଶୁମାନ ହୋତା ରକ୍ତ ଦାତା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ସ୍କୁଲର ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟତ୍ରୀ ରକ୍ତଦାନ କରିଥିଲେ। ଏହି ଶିବିର ରେ ଦଶ ଜଣ ମହିଳାଙ୍କ ସମେତ ସମୁଦାୟ ୩୧ ୟୁନିଟ ରକ୍ତ ସଂଗ୍ରହ ହେଇଥିଲା l ଏଥିରେ ସହଯୋଗ କରିଥିଲେ ସ୍କୁଲ ର ଯୁଗଳ କିଶୋର ଦେହେରୀ, ଭୁବନ ପୁଟେଲ, ସସ୍ମିତା ବଡ଼ମାଳି, ପାଞ୍ଚାଳୀ ଧରୁଆ, ଜ୍ୟୋତି ମହାକୁର ଅଙ୍କିତା ବିଶ୍ଵାଳ, ଝୁନା ମହାକୁର, ଯୁଗେଶ୍ୱରି ଥପା, ପୁଷ୍ପାଞ୍ଜଳି ଗୁରୁ, ପ୍ରକାଶ ମହାନନ୍ଦ, ସୁଶାନ୍ତ ତଣ୍ଡକାର, ପପୁନ ଦାଶ ସହଯୋଗ କରିଥିଲେ l ଏହି ରକ୍ତଦାନ ଶିବିର ପାଇଁ ଜିଲ୍ଲା ରକ୍ତ ଦାତା ସଂଘ ଉଦ୍ୟୋକ୍ତା ମନୋଜ ପଣ୍ଡା ସମସ୍ତ ରକ୍ତ ଦାତା ଙ୍କୁ ଧନ୍ୟବାଦ ପ୍ରଦାନ କରି ଥିଲେ।