-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
23-Feb-2026
ବିନିକା(ହିମାଂଶୁ ଶେଖର ପୁଟେଲ) ଜୟ ଗୋ ମାଁ ମାହେଶ୍ୱରୀ ତୁହି ହିଁ ସାହା ଭରଷା ଧ୍ବନିରେ ପ୍ରକମ୍ପିତ ଫୁଲମୁଠି ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି କରିଛି।ଗ୍ରାମବାସୀ ଘର ସମ୍ଭୁଖରେ କଳସ ସ୍ଥାପନ ସହ ଦୀପ ପ୍ରଜ୍ବଳନ କରି ପ୍ରତିଷ୍ଠା ଉତ୍ସବକୁ ପାଳନ କରୁଛନ୍ତି।ଆଜି ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଦ୍ଵିତୀୟ ଦିନରେ ଚବିଶ ପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଛି।ହରେ କୃଷ୍ଣ ହରେ ରାମ ଧ୍ବନିରେ ଶ୍ରଦ୍ଧାଳୁ ଭକ୍ତମାନେ ମଜ୍ୱି ଯାଇଥିବା ଦେଖିବାକୁ ମିଳିଛି।ସେହିପରି ଆଜି ଅପରାହ୍ନରେ ନିକଟ ଉରଲେ ଗ୍ରାମବାସୀ ସଂକୀର୍ତ୍ତନର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ମାଁ ଙ୍କ ପାଇଁ ମଉଳା ଭାର ଆଣି ସମର୍ପି ଥିଲେ। ପୀଠରେ ମାଁ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ନେଇ ପୂଜକ,ଦେହେରୀଙ୍କ ତତ୍ତ୍ୱାବଧାନରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇଛି।ଅନ୍ୟ ପକ୍ଷରେ ଭକ୍ତଙ୍କ ମନୋରଞ୍ଜନ ସକାଶେ ଦୁଃଖୀ ଶ୍ୟାମ ତ୍ରିପାଠୀ ଓ ଶିବାନନ୍ଦ ତ୍ରିପାଠୀଙ୍କ ଦ୍ଵାରା ଭଜନ ପରିବେଷଣ ଏବଂ ରମାକାନ୍ତ ପଣ୍ଡାଙ୍କ ତରଫରୁ ରାମାୟଣ ପାରାୟଣ ଅନୁଷ୍ଟିତ ହୋଇଥିଲା।ସହସ୍ରାଧିକ ଭକ୍ତ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ରାତିତମାମ ଉପଭୋଗ କରିଥିଲେ ।