-+91-9937148622 |

prerana_bgr@rediffmail.com |

  Friday 21st August 2026 |

| | | |

R.N.I. Regd No. ODIODI/2010/46693

Breaking News

ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||      ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ    (20-Aug-2026)       ||      ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   (30-Jul-2026)       ||      ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   (20-Aug-2026)       ||      *ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   (20-Aug-2026)       ||      ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   (20-Aug-2026)       ||      ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (20-Aug-2026)       ||      ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   (20-Aug-2026)       ||      ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   (20-Aug-2026)       ||     

HOME   ଜିଲ୍ଲା

କଣ୍ଟାବାଞ୍ଜି : ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

21-Feb-2026



କଣ୍ଟାବାଞ୍ଜି/ତୁରେକେଲା(ମୋହନ ସୁନା): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (RBSK) ପକ୍ଷରୁ ଏକ ସ୍ୱାସ୍ଥ୍ୟ ସ୍କ୍ରିନିଂ ଓ ରକ୍ତହୀନତା ପରୀକ୍ଷା ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର MHT-1 ଟିମ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଶିବିରରେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (CRCC) ଶ୍ରୀ ଦିନେଶ ମହାନନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଜାନକୀ ରାମ ସାମବେଦମ୍ ଏବଂ ଶିକ୍ଷୟିତ୍ରୀ ପୂଜା ଜାଲ, ସୁନନ୍ଦା ପୁରୋହିତ, ଦିପାଞ୍ଜଳି ଭୋଇ, କାନ୍ତିଲତା ବର୍ଗେ ଓ ମୁକ୍ତା ବେଜ୍ ପ୍ରମୁଖ ଉପସ୍ଥିତ ରହି ସମସ୍ତ ପିଲାଙ୍କୁ ଶୃଙ୍ଖଳିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାରେ ସହଯୋଗ କରିଥିଲେ। RBSK ଟିମ୍‌ର ଆୟୁଷ ମେଡିକାଲ ଅଫିସର ଡାକ୍ତର ଯଶୋବନ୍ତ କୁମାର ସେଠ୍ ଏବଂ ଡାକ୍ତର ପ୍ରଜ୍ଞା ପାରମିତା ପାଣିକା ପିଲାମାନଙ୍କର ସାଧାରଣ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ବିଭିନ୍ନ ରୋଗର ଲକ୍ଷଣ ଉପରେ ସ୍କ୍ରିନିଂ କରି ଥିଲେ। ଫାର୍ମାସିଷ୍ଟ ତପନ ମେହେର ଛାତ୍ରଛାତ୍ରୀଙ୍କୁ ଆବଶ୍ୟକୀୟ ଔଷଧ ବଣ୍ଟନ କରିଥିବା ବେଳେ କନସଲଟାଣ୍ଟ ସପୋର୍ଟ ଏକ୍ଜିକ୍ୟୁଟିଭ୍ ଅଭିଷେକ କୁମ୍ଭାର ସମସ୍ତ ବୈଷୟିକ କାର୍ଯ୍ୟ ପରିଚାଳନା କରିଥିଲେ।
ଶିବିରରେ ପିଲାମାନଙ୍କର ହିମୋଗ୍ଲୋବିନ୍ ପରୀକ୍ଷା କରାଯାଇ ରକ୍ତହୀନତାର ସ୍ଥିତି ଯାଞ୍ଚ କରାଯାଇଥିଲା। ରକ୍ତହୀନତା ଚିହ୍ନଟ ହୋଇଥିବା ପିଲାମାନଙ୍କୁ ସ୍ୱତନ୍ତ୍ର ପରାମର୍ଶ ଦିଆଯିବା ସହ ସେମାନଙ୍କ ଖାଦ୍ୟପେୟ ଉପରେ ଦୃଷ୍ଟି ଦେବାକୁ ଶିକ୍ଷକ ଓ ଅଭିଭାବକମାନଙ୍କୁ ଅନୁରୋଧ କରାଯାଇଥିଲା।
ବିଦ୍ୟାଳୟ ସ୍ତରରେ ଏଭଳି ସ୍ୱାସ୍ଥ୍ୟ ଶିବିର ଆୟୋଜନ ହେବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଉଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026
  ଜିଲ୍ଲା  
ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   21-Aug-2026
  ଜିଲ୍ଲା  
ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   20-Aug-2026
  ଜିଲ୍ଲା  
ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ   20-Aug-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ   20-Aug-2026
  ଜିଲ୍ଲା  
ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   20-Aug-2026
  ଜିଲ୍ଲା  
ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   20-Aug-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   20-Aug-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   20-Aug-2026
  ଜିଲ୍ଲା  
ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   20-Aug-2026
  ରାଜ୍ୟ  
ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ   20-Aug-2026

You Might Also Like