-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
20-Feb-2026
ସୁବର୍ଣ୍ଣପୁର ( ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଆୟୋଜିତ ୧୭ ତମ ସର୍ବ ଭାରତୀୟ ରାମଧୂନ୍ କପ୍ ଫୁଟବଲ ଟୁର୍ଣ୍ଣlମେଣ୍ଟ ବି- ପୁଲ ର ଦ୍ବିତୀୟ ମ୍ୟାଚରେ ଆଜି ରାମ୍ ଧୂନ୍ କ୍ଲବ ସୁବର୍ଣ୍ଣପୁର ଓ ନେପାଲ ଜେ. ବି. ଏମ୍. ୟୁନାଇଟେଡ଼ ଏଫ୍- ସି ଦଳ ମଧ୍ୟରେ ଅନୁଷ୍ଟିତ ହୋଇ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇ ଥିଲା l ଆଜି ଅତିଥି ଭାବେ ସୁବର୍ଣ୍ଣପୁର ଡି ଏସ ପି ଚନ୍ଦ୍ର ଶେଖର ଶବର, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ନିରୋଧ କୁମାର ଦାଶ, ଜିଲ୍ଲା ପଂଚାୟତ ତଥା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅର୍ଜୁନ ମାଝୀ, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଋଷି ମାଝୀ, ଜିଲ୍ଲା ଓଲିଲ ସଂଘ ସଭାପତି ପ୍ରତାପ କୁମାର ପୁରୋହିତ ଯୋଗ ଦେଈ ଦେଶ ଦେଶ ମଧ୍ୟରେ ଯୁଦ୍ଧ ନ କରି ଖେଳ ଖେଳ ଭିତରେ ଯୁଦ୍ଧ କରିବାକୁ ଭାତୃତ୍ବ ଭାବ ରଖିବାକୁ ପରାମର୍ଶ କରି ଉତ୍ସାହିତ କରିଥିଲେ l ନିମନ୍ତ୍ରିତ ଅତିଥି ଭାବେ ହୋଟେଲ ମୁନ ପ୍ରୋପାଇଟର ନିର୍ମଳ ନେଗୀ, ଭେଟରାନ୍ ଫୁଟବଲ୍ ଖେଳାଳୀ ରାଜେନ୍ଦ୍ର ସାହୁ , ସରୋଜ ଦାଶ, ସୂରଟି ଦୀପ, ଚଂଦ୍ର ଶେଖର ନାଏକ, ସୂର୍ଯ୍ୟ ନାରାୟଣ ଭୋଇ, ଉଜଲ୍ ନାଏକ, ଦଶରଥ ନାଏକ, ମନୋଜ ବାଗ, ପଞ୍ଚାନନ ସାହୁ ପ୍ରମୁଖ ସମସ୍ତ ଭେଟରାନ୍ ଖେଳାଳୀ ଯୋଗ ଦେଇ ଉଭୟ ଦଳ ର ଖେଳାଳୀ ଙ୍କ ସହ ପରିଚୟ ପ୍ରଦାନ କରି ଆୟୋଜକ, ଦର୍ଶକ ଓ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ l ଅତିଥି ମାନଂକୁ ଆୟୋଜକ କମିଟି ପକ୍ଷରୁ ସମର୍ଧିତ କରା ଯାଇଥିବା ବେଳେ ସମସ୍ତ ଏ ଭେଟରାନ ଖେଳାଳୀ ଙ୍କୁ ଆଜିର ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି l ରାମ ଧୂନ୍ କ୍ଲବ ଦଳ ର ଫ୍ରାଞ୍ଚାଇଜ୍ ନାଇସେଟ କମ୍ପ୍ୟୁଟର ନିର୍ଦ୍ଦେଶକ ରମଣ ପଧାନ, ନେପାଲ ଜେ.ବି.ଏମ୍. ୟୁନାଇଟେଡ ଏଫ୍ ସି ଦଳ ର ଫ୍ରାଞ୍ଚାଇଜ୍ ବଗଳା ଜ୍ୱେଲର୍ସ୍ ପ୍ରୋପାଇଟର ରୁପେଶ ଅଗ୍ରୱାଲ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଥିଲେ l ଅତିଥି ଙ୍କ ସହ ରାମ ଧୂନ୍ କ୍ଲବ ଉପଦେଷ୍ଟା କଇରୁ ସ୍ବାଇଁ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ଵିବେକା ନନ୍ଦ ମିଶ୍ର, ସନ୍ତୋଷ ମିଶ୍ର ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ଭାବେ ରାମ ଧୂନ୍ କ୍ଲବ ର ୭ ନମ୍ବର ଜର୍ସି ବିଶାଳ ମୁଣ୍ଡା ଙ୍କୁ ଓ ଦର୍ଶକ ଲଟେରୀ ପ୍ରଥମ ବିଜେତା ମନୋ ନାଏକ,ସୋନପୁର , ଦ୍ୱିତୀୟ ବିଜେତା ଅମିତ୍ ସାହୁ,ସୋନପୁର , ଓ ତୃତୀୟ ବିଜେତା ସୁର୍ଯ୍ୟ କାନ୍ତ ବିଭାର ଙ୍କୁ ପୁରସ୍କୃତ କରିଥିଲେ l ଆଜି ନେପାଳ ଜେ ବି ଏମ୍ ୟୁନାଇଟେଡ଼ ଦଳ କୁ ୦୫-୦୩ ଗୋଲ ରେ ହରାଇ ରାମ ଧୂନ୍ କ୍ଲବ ଦଳ ବିଜୟୀ ହୋଇ ଥିଲେ l ଆଜିର ଖେଳକୁ ମୁଖ୍ୟ ରେଫରି ଭାବେ ସଞ୍ଜୀବ ସାହୁ, ସହଯୋଗୀ ରେଫରୀ ଭାବେ ସଞ୍ଜନ କୁଦେଇ, ସୁଜିତ ରାଜ ହଂସ, ଜିତୁ ପାତ୍ର,ଓ ମ୍ୟାଚ କମିଶନର ଭାବେ ଭୁକୁଲୁ ବକ୍ସି ଖେଳ ପରିଚାଳନା ରେ ସହଯୋଗ କରିଥିଲେ l ଅତିଥି ଓ ଭେଟରାନ କ୍ରୀଡାବିତ୍ ମାନଙ୍କ ସହିତ ହଜାର ଦର୍ଶକ ଖେଳ କୁ ଉପଭୋଗ କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ଓ ଦିଗାମ୍ବର ଶତପଥି ସଭା ପରିଚାଳନା କରିଥିଲେ ଓ ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ l କ୍ରୀଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା, ରାମଧୁନ କ୍ଳବ୍ ସଦସ୍ୟ ବିକାଶ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ଵା ବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ଯ କ୍ରମ ରେ ସନ୍ତୋଷ ପାଢ଼ୀ, ସୁଭାଷ ବିଶ୍ଵାଳ, ବସିର୍ ମହମ୍ମଦ, ଅନିଲ ସାହୁ, ହୃଷୀକେଶ ପଣ୍ଡା, ରାଜ କୁମାର୍ ନାଏକ, ରାଜୀବ ସାହୁ, ବୁବୁନ ନାଏକ, ଶ୍ରୀତମ ସରାଫ, ଅମିତ୍ ସାହୁ, ମୁନୁ ମହମ୍ମଦ, ବିଶ୍ୱ, ଚାହଦ, ରିକୁନ ନାଏକ, ସିପୁନ ନାଏକ, ସୁରଜ୍ ସାହୁ, ଚନ୍ଦନ ସାହୁ, ବିଦ୍ୟା ଧର ମିଶ୍ର , ସଦା ଶାନ୍ତି ସାହୁ, ଗୁରୁ ଦଳାଇ, ଚନ୍ଦନ ବେହେରା, ଆୟୁଷ ପଣ୍ଡା, ଅଂଶୁମାନ ପଣ୍ଡା ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l