-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
20-Feb-2026
ଆଗଲପୁର, (ବିନୋଦ ଦୀପ) ଆଗାମୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନକ୍ରମେ ରାଜ୍ୟ ରେ ଜିଲ୍ଲା ଓ ବ୍ଲକ ସଭାପତି ଦାୟିତ୍ୱ ଦିଆଯାଇଛି l ଏହିପରିପ୍ରେକ୍ଷୀରେ ଆଜି ଆଗଲପୁର ବ୍ଲକ ବିଜେଡି ସଭାପତି ଭାବେ ଚୟନ ହେଲେ ଶ୍ରୀ ଉତ୍ତମ ଭୋଇ l ଉତ୍ତମ ଭୋଇ ଅନେକ ଦିନରୁ ବିଜେଡି ସହିତ ଜଡିତ ଥିବା ସହ ସମାଜସେବା କରି ଆସିଛନ୍ତି l 2017 ରୁ ସେ ଯୁବ ବିଜେଡି ବ୍ଲକ ଉପସଭାପତି ଦାୟିତ୍ୱ ରେ ଥିବାବେଳେ 2019 ରୁ 2022 ପର୍ଯ୍ୟନ୍ତ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଛନ୍ତି l ବର୍ତମାନ ଶ୍ରୀ ଭୋଇ ବେନ୍ଦ୍ରା ପ୍ରାଥମିକ ସମବାୟ ସମିତି ର ସଭାପତି ଦାୟିତ୍ୱ ରେ ଅଛନ୍ତି l ବେନ୍ଦ୍ରା ପଂଚାୟତ ତଥା ଆଗଲପୁର ବ୍ଲକ ର ଅନେକ ସ୍ଥାନରେ ଲୋକ ଙ୍କ ସେବା କରିବା ରେ ସୁଯୋଗ ପାଇଛନ୍ତି l ବିଜେଡି ବ୍ଲକ ସଭାପତି ପଦବୀ ପାଇଥିବାରୁ ଦଳୀୟ ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ତଥା ନେତୃମଣ୍ଡଳୀ ଙ୍କୁ ଧନ୍ୟବାଦ ଦେବାସହ ଆଗାମୀ ଦିନରେ ଦଳ ପକ୍ଷରୁ ଯାହା ନିର୍ଦେଶ ହେବ ତାକୁ ଗୁରୁତ୍ୱ ଦେବାସହ ଲୋକ ଙ୍କ ସମସ୍ୟା କୁ ସରକାର ଙ୍କ ପାଖରେ ପହଞ୍ଚାଇବି ବୋଲି ଶ୍ରୀ ଭୋଇ କହିଛନ୍ତି l