-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
04-Feb-2021
କେନ୍ଦୁଝର କାର୍ଯ୍ୟରତ ମେଡିକାଲ କର୍ମଚାରୀଙ୍କ ଆତ୍ମହତ୍ୟା । ମୃତକ ଡମ୍ବରୁଧର ଦେହୁରୀ ଏବଂ ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡମ୍ବରୁଧର କାର୍ଯ୍ୟରତ ଥିଲେ । ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହିଥିଲା । ଯାହାଫଳରେ ସେ ମାନସିକସ୍ତରରେ ଭୟଭୀତ ହୋଇପଡିଥିଲେ । ଶେଷରେ ଆଜି ସେ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ନିଜ କାର୍ଯ୍ୟାଳୟରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି ଡମ୍ବୁରଧର । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।