-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
04-Feb-2021
ଅନୁଗୁଳ (ପ୍ରେରଣା ଖବର) : ହାତୀ ନେଇଗଲା ଜୀବନ । ମହିଳାଙ୍କୁ ଦଳିଦେଲା ହାତୀ । ମୃତକ ସାପକଟା ଗାଁର ସୁବରା ପ୍ରଧାନ ବୋଲି ଜଣାପଡିଛି । ଅନୁଗୁଳ କଣିହାଁ ରେଞ୍ଜ ସାପକଟା ଗାଁରେ ଘଟିଛି ଘଟଣା । କଣିହାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଗୁରୁବାର ସକାଳ ସମୟପରେ ସାପକଟା ଗାଁର ସୁବରା ପ୍ରଧାନଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ମୃତଦେହ ଦେଖି ପରିବାରକୁ ଜଣାଇଥିଲା , ଏବଂ ଏହାପରେ କଣିହାଁ ବନ ଅଧିକାରୀ ଏବଂ କଣିହାଁ ପୋଲିସକୁ ଖବର ଦିଆଯାଇଥିଲା । ଉଭୟ ପୋଲିସ ଓ ବନବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛନ୍ତି । ସେପଟେ ସ୍ଥାନୀୟଲୋକମାନେ ହାତୀ ଦାଉରୁ ସୁରକ୍ଷା ଓ କ୍ଷତିପୂରଣ ଦାବି କରୁଛନ୍ତି । ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ବୁଝାସୁଝା କରିବାରେ ଲାଗିଛି ।