-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
17-Feb-2026
ବଲାଙ୍ଗୀର: ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ରାଣୀ ଲକ୍ଷ୍ମୀବାଈ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି।ପ୍ରଶିକ୍ଷକ ଦୀପ୍ତି ବେହେରା ଓ ତାରାକାନ୍ତୀ ସାଏ ଛାତ୍ରୀମାନଙ୍କୁ ମୌଳିକ ସ୍ୱୟଂ ରକ୍ଷା ପ୍ରକ୍ରିୟା,ସତର୍କତା ଓ ଆପାତକାଳୀନ ପରିସ୍ଥିତିରେ କିପରି ସ୍ଥିର ମନୋଭାବ ରଖିବାକୁ ଶିଖାଇଥିଲେ।ଛାତ୍ରୀମାନେ ବିଭିନ୍ନ ପ୍ରଦର୍ଶନୀ ମାଧ୍ୟମରେ ଶିଖିଥିବା କୌଶଳର ଅଭିନୟ କରି ଉପସ୍ଥିତ ଅତିଥିମାନଙ୍କ ମନ ଜିତିଥିଲେ। ଉଦଯାପନୀ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ତଥା ଏଡିଇଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ସମୟରେ ଆତ୍ମସୁରକ୍ଷା ପ୍ରତ୍ୟେକ ଝିଅ ପାଇଁ ଅତ୍ୟାବଶ୍ୟକ ବୋଲି କହିବା ସହ ତାଙ୍କୁ ସ୍ୱାବଲମ୍ବୀ ଓ ସଚେତନ କରିଥାଏ ବୋଲି କହିଥିଲେ।ଏହି ଅବସରରେ ବିଦ୍ୟାଳୟ ର ପ୍ରାଚୀର ପତ୍ରିକା 'ଆଇନା' ର ସ୍ୱତନ୍ତ୍ର ସଂଖ୍ୟା "ବିରାଙ୍ଗନା ର ପଥେ ପଥେ" କୁ ମୁଖ୍ୟ ଅତିଥି ଉନ୍ମୋଚିତ କରିଥିଲେ।ଶେଷରେ ପ୍ରଶିକ୍ଷକ ମାନଙ୍କୁ ସମ୍ମାନୀତ କରାଯିବା ସହ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ଧନ୍ୟବାଦ ଦେଇଥିଲେ।କାର୍ଯ୍ୟକ୍ରମରେ ଶିକ୍ଷକ ରଞ୍ଜିତ ମିଶ୍ର, ସୁରେଶ ବାରିକ, ହରି ଖେତୀ, ଶିକ୍ଷୟତ୍ରୀ ପ୍ରିୟମ୍ବଦା ଦେ, ଦେବସ୍ମିତା ପାଣିଗ୍ରାହୀ,ପ୍ରଜ୍ଞା ପରମିତା ବଘାର, ଲିଜା ସାହୁ, ଧାରାଶ୍ରୀ ଧୀମୟୀ ବେହେରା,ସ୍ୱରୂପା ହୋତା, ଅଂଶୁ ସାହାଣୀ, ସୁମନାଞ୍ଜଳି ସାହୁ, ଜ୍ୟୋତିର୍ମୟୀ ପୁଜାହାରୀ,ସବିତା ମିଶ୍ର, ଯାଜ୍ଞସିନୀ ମହାପାତ୍ର,ରଶ୍ମିତା ଦାଶ ପ୍ରମୁଖ ସହଯୋଗ କରିଥିଲେ।