-+91-9937148622 |

prerana_bgr@rediffmail.com |

  Sunday 23rd August 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   (23-Aug-2026)       ||      ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   (23-Aug-2026)       ||      ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   (23-Aug-2026)       ||      *ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   (23-Aug-2026)       ||      ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||      ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   (22-Aug-2026)       ||      "ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   (22-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   (22-Aug-2026)       ||      ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   (22-Aug-2026)       ||      ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   (22-Aug-2026)       ||      ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   (22-Aug-2026)       ||      ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   (22-Aug-2026)       ||      ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   (22-Aug-2026)       ||      ଖବର ଆଜିର   (22-Aug-2026)       ||      *ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||     

HOME   ଜିଲ୍ଲା

ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "

15-Feb-2026



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଠାରେ ୩୩ ତମ ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି l ଏହା ସାମଗ୍ରୀକ ଭାବରେ ଏକ ମହିଳା ମହୋତ୍ସବ ଆଲୋଚନା, ନୃତ୍ୟ, ଗୀତ, ତଥା ନାଟକ ର  ଏବଂ ସମ୍ବର୍ଦ୍ଧନା ପୁରସ୍କାର ବିତରଣ ର ଏକ ବିଚିତ୍ର ସମ୍ବେଳନ । ଅନ୍ୟ ପକ୍ଷରେ  ଭୁଜିଭାତର ଏକ ନିଆରା ଆସର । କବି, ସାମ୍ବାଦିକ , ସ୍ୱେଚ୍ଛା ସେବୀ, ବରିଷ୍ଠ ନାଗରିକ , ଛାତ୍ରୀ ଓ ଅଧ୍ୟାପିକା, କର୍ମଚାରୀଙ୍କ ଏକ ମହାମିଳନ । ଏହି ଅବସରରେ ସୋନପୁର ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।  ସମାଜର ମଙ୍ଗଳ ପାଇଁ ମହିଳା ମାନଙ୍କ ଭୂମିକା ଏବଂ ନାରୀ ଶିକ୍ଷାର  ଗୁରୁତ୍ୱ ଉପରେ ବାର୍ତ୍ତା ଦେଇଥିଲେ  । ଖୁବଶୀଘ୍ର ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ  ବାଇଗଝୁରି ସ୍ଥିତ ନୂତନ କ୍ୟାମ୍ପସରେ କାର୍ଯ୍ୟ କରିବ ବୋଲି ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ସୁବର୍ଣ୍ଣପୁର  ଜିଲ୍ଲାପାଳ ଡ.ନୃପରାଜ ସାହୁ ଯୋଗ ଦେଇଥିଲେ।  ସେ କହିଥିଲେ “ଯେଉଁଠି ସ୍ନେହ ଥାଏ ସେଇଠି କଷ୍ଟ ମଧ୍ୟ ମଧୁର ଅନୁଭବ ହୁଏ । ସେଦିନ ମଣିଷ ପାଖରେ କିଛି ନ ଥିଲା ମାତ୍ର ସମୟ ଥିଲା , ନିଜ ପାଇଁ  ସମାଜ ପାଇଁ।  ମାତ୍ର ଆଜି ଆମ ପାଖ ରେ ସବୁ ଅଛି ମାତ୍ର ସମୟ ନାହିଁ।  ଜୀବନ କୁ ଖୋଜିବା, ଜୀବନ ଖୋଜିବା ପ୍ରକ୍ରିୟା ଭିତରେ ଆମେ ହୁଳ ହୁଳୀ ଓ ଘରେ ସଞ୍ଜ ଦୀପ ଟିଏ ଦେବା  ଆମ ଏଇ ସଂସ୍କୃତି ପରମ୍ପରା କୁ ବଞ୍ଚାଇ ରଖିବା କୁ ନାରୀ ଙ୍କୁ ପରାମର୍ଶ କରିଥିଲେ l 
ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ଡ.ଉମେଶ ମହାପାତ୍ର , ପରୀକ୍ଷା ନିୟନ୍ତ୍ରକ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ । ପ୍ରଫେସର ମହାପାତ୍ର କହିଲେ  ଚତୁର୍ଦ୍ଦିଗ ରୁ  ମାଡ଼ି ଆସୁଥିବା ଅବକ୍ଷୟ କୁ କେହି ଜଣେ ଯଦି ବନ୍ଦ କରିପାରିବ ସେ ହେଉଛି ନାରୀ । ଆହୁରି କହିଲେ ପୃଥିବୀ ର ବୃଦ୍ଧିଯିଵୀ ମାନେ ସଂଶୟାଚ୍ଛନ୍ନ , ଯାହା ଶିକ୍ଷା ର ମାନ କୁ କଳୁଷିତ କରାଏ। ସ୍ରଷ୍ଟା ଓ ସୃଷ୍ଠି ମଧ୍ୟରେ ଯେଉଁ ମଧୁର ସମ୍ପର୍କ ରହିବା କଥା ତାହା ନଷ୍ଟ ହୋଇଯାଇଛି ।

ସମାଜ କୁ ସକାରାତ୍ମକ ଦିଗ କୁ ନେବାରେ ନାରୀ ମାନଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ବୋଲି କହି ମଣିଷ ର ଗଠନ  ମୂଳକ ଚିନ୍ତା କୁ ଚିହ୍ନଟ କରିବା ହିଁ ସୌନ୍ଦର୍ଯ୍ୟ ବୋଲି କହିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବରଗଡ଼ ପଂଚାୟତ କଲେଜ  ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ପତି ତପାବନ ସାହୁ ଯୋଗ ଦେଇ ଶୃଙ୍ଖଳିତ ଛାତ୍ରୀ ହେବା କୁ ବେଳେ ବେଳେ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି କହିଥିଲେ l କଲେଜ ପରିଚାଳନା କମିଟି ର ପ୍ରାକ୍ତନ ସଭାପତି ଅଭିମନ୍ୟୁ କୁଶଳ ଯୋଗ ଦେଇଥିଲେ। ସଭା ର ସଭାପତିତ୍ୟ କରିଥିଲେ ଅଧ୍ୟକ୍ଷା ରିତାରଣୀ ପୁଝାରୀ । ସଭା କୁ ପରିଚାଳନା କରିଥିଲେ ଛାତ୍ରୀ କାଜଲ କୁଶଳ ।  ସ୍ଵାଗତ ଭାଷଣ ଦେଇଥିଲେ ଅଧ୍ୟାପିକା ପୂର୍ଣ୍ଣିମା ମିଶ୍ର ଓ ଧନ୍ୟବାଦ୍ ଦେଇଥିଲେ ଅଧ୍ୟାପିକା ସଞ୍ଜୁରାଣୀ ସିଂ ।
ବିଭିନ୍ନ କୃତି ଛାତ୍ରୀ ମାନଙ୍କୁ  ପୁରସ୍କୃତ କରାଯାଇଥିଲା । ବେଷ୍ଟ ଷ୍ଟୁଡେଣ୍ଟ୍ ଅଫ ଦ ୟର ଏକାଡେମୀ ଟପ୍ପର ଟାଇଟଲ ରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନେକ ପୂରାତନ ଛାତ୍ରୀ ଏବଂ  ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ର ସଭ୍ୟ ମାନେ ଯୋଗ ଦେଇଥିଲେ ଏବଂ ସମ୍ବର୍ଦ୍ଧିତ ମଧ୍ୟ ହୋଇଥିଲେ ।  “ହିତୈଷିଣୀ” ନାମକ ମହାବିଦ୍ୟାଳୟ ର ମୁଖପତ୍ର ଉନ୍ମୋଚିତ ହୋଇଥିଲା । ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ନାଟକ"ଵିହା ଭୂଜି" ଛାତ୍ରୀ ଓ ବୁଦ୍ଧିଜୀବି ଙ୍କୁ ଭାବ ପ୍ରବଣ କରି ଥିଲା l ଏହାର ନିର୍ଦ୍ଦେଶକ ଥିଲେ ଅଧ୍ୟାପକ ମଦନ ସୁନ୍ଦର କ୍ଷେତି ଓ ପ୍ରୀତି ପାଣିଗ୍ରାହୀ l ଚେରବୁଇ ହୋତା , ମିତାଶ୍ରୀ ବାରିକ  , ରଞ୍ଜିତା ମିଶ୍ର , ସୁଦାମ ସାହୁ, ଦୁଃଖିଶ୍ୟାମ ମେହେର , ପ୍ରଦୀପ୍ତ , ମାଧବୀ , କୁନି , ଲିପି , ଉମା   ସୁରେନ୍ଦ୍ର,  ଲମ୍ବୋଦର  ମହାକୁଡ, ପ୍ରଭାସିନୀ ରଥ ଏବଂ ମହାବିଦ୍ୟାଳୟ ର ସମସ୍ତ ଛାତ୍ରୀ  କାର୍ଯ୍ୟକ୍ରମ ର ସଫଳତା ପାଇଁ ସହଯୋଗ ର ହାତ ବଢ଼ାଇ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   23-Aug-2026
  ଜିଲ୍ଲା  
ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   23-Aug-2026
  ଜିଲ୍ଲା  
ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   23-Aug-2026
  ଜିଲ୍ଲା  
*ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   23-Aug-2026
  ଜିଲ୍ଲା  
ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   23-Aug-2026
  ଜିଲ୍ଲା  
*ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   23-Aug-2026
  ଜିଲ୍ଲା  
ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   22-Aug-2026
  ଜିଲ୍ଲା  
ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ   22-Aug-2026
  ଜିଲ୍ଲା  
ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ   22-Aug-2026
  ରାଜ୍ୟ  
ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   22-Aug-2026
  ଜିଲ୍ଲା  
"ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   22-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   22-Aug-2026

You Might Also Like