-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
10-Feb-2026
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ନିର୍ବାଚନ ମଣ୍ଡଳୀ ଲୋଇସିଂହା, ପୁଇଁତଲା ଓ ଆଗଲପୁର ତିନୋଟି ବ୍ଲକ ରେ ହେଉଥିବା ବେଳେ ଆଜି ଲୋଇସିଂହା ବ୍ଲକ କୁସଂଗ ଖେଳ ପଡିଆରେ ହେଉଥିବା ବିଧାୟକ କପ ଦ୍ୱିତୀୟ ଦିବସ ର ଫୂଟବଲ ମ୍ୟାଚ ରେ ପ୍ରଥମ ମ୍ୟାଚ କୁସଂଗ ଓ ଫଟାବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କୁସଂଗ ଦଳ ପେନାଲଟି ଜରିଆରେ 4-3 ରେ ବିଜୟୀ ହେଲା l ଦ୍ୱିତୀୟ ମ୍ୟାଚ ଟି ସରଗାଡ଼ ଓ କୁସମେଲ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସରଗାଡ଼ ଦଳ ପେନାଲଟି ଜରିଆରେ ବିଜୟୀ ହୋଇଥିଲା l ଉକ୍ତ ଦ୍ୱିତୀୟ ଦିବସ ମ୍ୟାଚ ରେ ମୁଖ୍ୟଅତିଥି ଭାବେ ହିମାଞ୍ଚଳ ମେହେର ସରପଞ୍ଚ ରତାଖଣ୍ଡି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ଙ୍କ ପ୍ରତିନିଧି ଗୌରାଙ୍ଗ ନାଏକ, ଲେକୃ ତ୍ରିପାଠୀ ଯୋଗ ଦେଇଥିଲେ l ଖେଳକୁ ସୁରେଶ ନାଏକ, ରୋଶନ ମେହେର, ଚିନ୍ତାମଣି ତୁମନିଆ, ଦିନମଣୀ ପୋଢ଼ ପରିଚାଳନା କରିଥିଲେ l ମ୍ୟାଚ କମିଶନର ଜ୍ୟୋତିର୍ମୟ ରାଉତ ହୋଇଥିବା ବେଳେ ଧାରାବିବରଣୀ ଷଡାନନ ରାଉତ l ଏହି ଖେଳ ରେ ସହଯୋଗ କରିଥିଲେ ବିଜେପି ର କାର୍ଯ୍ୟକର୍ତ୍ତା l