-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
08-Feb-2026
ସାଲେଭଟା :- ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯୋଧନ ପଶାୟତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସେମେଲମୁଣ୍ଡା ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶାନ୍ତ ନନ୍ଦ ମୁଖ୍ୟ ଅତିଥି, ପୂର୍ବତନ ପ୍ରଧାନ ଶିକ୍ଷକ ଅମର ସାହୁ ମୁଖ୍ୟ ବକ୍ତା, ପରିଚାଳନା ସମିତି ସଭାପତି ବିପିନ ସାହୁ
ପ୍ରମୁଖ ମଞ୍ଚାସିନ ଥିଲେ। ସହକାରୀ ଶିକ୍ଷକ ଗୋବିନ୍ଦ ସାହୁସଭାକାର୍ଯ୍ୟ ପରିଚାଳନା କରିଥିଲେ। ସିନିୟର, ଜୁନୀୟର ଓ ସଵ ଜୁନୀୟର ଵିଭାଗରେ ୧୦୦ ମିଟର ଦୌଡ, ୨୦୦ ମିଟର ଦୌଡ, ଅଖା ରେସ, ଵାଲେନସ ରେସ, ଧୀର
ସାଇକେଲ ଚାଳନା, ଲମ୍ବ ଡିଆଁ, ବେଙ୍ଗ ଡିଆଁ ଆଦି ପ୍ରତିଯୋଗିତା ଅନଷ୍ଠିତ ହୋଇ, କୃତୀ ପ୍ରତିଯୋଗୀ ମାନଙ୍କୁ ମେଡାଲ , ପ୍ରମାଣପତ୍ର ଓ ଫୁଲତୋଡା ପ୍ରଦାନ କରାଯାଇ ପୁରଷ୍କୃତ କରାଯାଇଥିଲା। ସହକାରୀ ଶିକ୍ଷକ ଦିଲ୍ଲୀପ ଥନାପତି ଓ ମଣ୍ଟେଶ କୁମାର ସାହୁ ପ୍ରତିଯୋଗିତାକୁ ପରିଚାଳନା କରି ଥିଲେ ।ପରିଶେଷରେ ଗୋବିନ୍ଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।