-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
02-Feb-2026
ପୁଇଁନ୍ତଳା/ଭାଲେର(ପ୍ରେରଣା ଖବର) ପୁଇନ୍ତଳା ବ୍ଲକ୍ ଭାଲେର କ୍ଲଷ୍ଟର ର ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ କାଙ୍କରିଆ ଉପ୍ରା ବିଦ୍ୟାଳୟରେ ଆୟୋଜିତ ହୋଇ ଯାଇଛି, ବୈଠକରେ ଭଲେର କ୍ଲଷ୍ଟର ରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଏଵଂ ଏଫ୍ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଥିଲେ। ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପଣ୍ଡା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ, ଭାଲେର କ୍ଲଷ୍ଟର ର ସି ଆର୍ ସି ସି ପ୍ରଭାକର ମହାପାତ୍ର ଏହି ବୈଠକ କୁ ପରିଚାଳନା କରିଥିଲେ ।ଭାଲେର , ଉଚ୍ଚବିଦ୍ୟାଳୟର ବରିଷ୍ଟ ଶିକ୍ଷକ ଅନିଲ ରଣା ସ୍ବାଗତ ଭାଷଣ ଦେଇଥିଲେ। ବୈଠକରେ ମୋଟ ଦୁଇଟି ପର୍ଯ୍ୟାୟ ରେ ଚାରୋଟି କଲାଂଶ ହୋଇଥିଲା, ବହୁ ଶ୍ରେଣୀ ପରିଚାଳନା ପାଇଁ ପାଠ୍ୟ ଟୀକା ପ୍ରସ୍ତୁତି ଓ ଉପସ୍ଥାପନ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ମୂଲ୍ୟାଙ୍କନ ପ୍ରକ୍ରିୟା, ଶିକ୍ଷଣ ସୋପାନ ରେଜିଷ୍ଟର ପୂରଣ ତଥା ଅନ୍ୟାନ୍ୟ ଜିଲ୍ଲା ଭିତ୍ତିକ ବିଭିନ୍ନ ବିଷୟରେ ଶ୍ରୀ ପ୍ରଭାକର ମହାପାତ୍ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଂକୁ ଅବଗତ କରାଇ ଥିଲେ। ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଦେବୀ ପ୍ରସାଦ ଅଗ୍ରୱାଲ ଓ ଅନ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିଲେ,ଲେପଟା ଉଚ୍ଚ ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ସୁମନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।