-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
02-Feb-2026
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ସରପଞ୍ଚ ବିଜୟ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି ଯୋଗ ଦେଇଥିଲେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ଦ୍ର ପଧାନ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ l ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର l ଉକ୍ତ ଗ୍ରାମ ପଞ୍ଚାୟତ ର ସାଲେଭଟା ସମେତ ଅନ୍ୟାନ୍ୟ ଗ୍ରାମରୁ ଅଭିଯୋଗ ପଞ୍ଜିକରଣ ପାଇଁ ଆସିଥିଲେ l
ସମୁଦାୟ ୨ ଟି ଅଭିଯୋଗ ଉପରେ ଅତିଥି ମାନେ ଶୁଣାଣି କରିଥିଲେ l ବିଶେଷ କରି ଭତ୍ତା ଓ ଆବାସ ଗୃହ ଉପରେ ଅଭିଯୋଗ ଆସିଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ କାର୍ଯ୍ୟାଳୟ ରୁ ଏପିଓ ଜଗତଜିତା ସେଠୀ, ଯୋଗାଣ ସହାୟକ ପ୍ରିୟମ୍ବଦା ଶତପଥୀ, ଜ୍ଞାନ ରଞ୍ଜନ ସା, ସୁଶାନ୍ତ ମହାକୁର , ଅଭି ସାହୁ , ସୁନିଲ ସାହୁ , ଅଂଶୁମାନ ଦେବବାବୁ, ଯୋଗାଣ ଅଧିକାରୀ ଚନ୍ଦନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ଅଭିଯୋଗ ଶୁଣାଣି ଟି ପ୍ରଚାରପ୍ରସାର ଅଭାବ ଯୋଗୁଁ ଅଭିଯୋଗକାରୀ ଙ୍କ ସଂଖ୍ୟା କମ ଦେଖିବାକୁ ମିଳିଥିଲା l ଜନ ଶୁଣାଣୀ ଶିବିର ଟି ଶାନ୍ତି ଶୃଙ୍ଖଳା ର ସହିତ ସମ୍ପନ୍ନ ହୋଇଥିବା ଦେଖିବାକୁ ମିଳିଛି l