-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିରରେ ଗଛକଟା ମାମଲା, ଏନ୍ ଜି ଟିର ଗୁରୁତ୍ବପୂର୍ଣ୍ଣ ରାୟ

02-Feb-2026



ବଲାଙ୍ଗିର(ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲାରେ ରାସ୍ତା ପ୍ରଶସ୍ତିକରଣ ନାମରେ ହେଉଥିବା ବ୍ୟାପକ ଗଛକଟା ମାମଲାରେ ଜାତୀୟ ହରିତ ଟ୍ରିବ୍ୟୁନାଲ(ଏନ୍ ଜି ଟି)ର ପୂର୍ବ ଜୋନ ବେଞ୍ଚ ତଥା କୋଲକାତା ବେଞ୍ଚ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମି ଓ ସାମାଜିକ କାର୍ଯ୍ୟକର୍ତ୍ତା ହେମନ୍ତ କୁମାର ପଣ୍ଡାଙ୍କ ଦ୍ବାରା ଜନହିତରେ ଦାଖଲ କରାଯାଇଥିବା ଆବେଦନ(ଓଏ ନଂ ୧୧୩/୨୦୨୫/ଇ ଜେଡ)ର ବିଚାର କରି ଗତ ୩୦ ଜାନୁଆରୀ ଦିନ ବଲାଙ୍ଗିର ଜିଲ୍ଲା ପାଇଁ ଗୁରୁତ୍ଵପୂର୍ଣ୍ଣ ଚୁଡ଼ାନ୍ତ ରାୟ ପ୍ରଦାନ କରିଛନ୍ତି। ମାମଲାର ବିଚାର କରି ଟ୍ରିବ୍ୟୁନାଲର ନ୍ୟାୟିକ ସଦସ୍ୟ ତଥା ନ୍ୟାୟମୂର୍ତ୍ତି ଅରୁଣ କୁମାର ତ୍ୟାଗୀ ଏବଂ  ପରିବେଶ ବିଶେଷଜ୍ଞ ଇଶ୍ଵର ସିଂ  ଚୁଡ଼ାନ୍ତ  ରାୟରେ ଉଲ୍ଲେଖ କରିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାରେ ଅବୈଧ ଗଛକଟାକୁ ରୋକିବା ପାଇଁ ବଲାଙ୍ଗିର ଜିଲ୍ଲାପାଳ, ଡ଼ି ଏଫ୍ ଓ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଚିବ ସତର୍କତାର ସହିତ କାର୍ଯ୍ୟ କରିବେ ଓ ଅବୈଧ ଗଛକଟାର  ପ୍ରତିକାର ପାଇଁ ଆଗୁଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଆବେଦନକାରୀ ଯଦି ନିର୍ଦ୍ଦିଷ୍ଟ ଅଭିଯୋଗ ପୁଣି  ଆଣିବେ ତାହାଲେ ଉପରୋକ୍ତ ଅଧିକାରୀ ମାନେ ଆଇନାନୁମୋଦିତ  ବିହିତ ପଦକ୍ଷେପ ନେବେ। ମାମଲାର ଆଦେଦନକାରୀ ପଣ୍ଡା କହିଛନ୍ତି ଯେ, ଗତ ୫ ବର୍ଷରେ ସମଗ୍ର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରାୟ ୪ ଲକ୍ଷ ୪୫ ହଜାର ଗଛ କଟା ଯାଇଥିବା ସୂଚନା ତାଙ୍କୁ ବିଭାଗୀୟ କାର୍ଯ୍ୟାଳୟରୁ ହସ୍ତଗତ ହୋଇଥିଲା । ଏହା ମଧ୍ୟରୁ କେବଳ ରାସ୍ତା ପ୍ରଶସ୍ତିକରଣ ପାଇଁ ୧୫୦୦୦ ରୁ ଉର୍ଦ୍ଧ୍ଵ ଗଛ କଟା ଯାଇଥିଲା। ଏହି ଗଛମାନଙ୍କ ମଧ୍ୟରେ ନିମ୍ବ, ପିପଳ, ବଟ, ଆମ୍ବ, ଜାମୁ ଓ ଅଶୋକ ଭଳି ପରିବେଶ ପାଇଁ ଅତ୍ୟନ୍ତ ଉପଯୋଗୀ, ଛାୟା ପ୍ରଦାନକାରୀ, ଜୈବବିବିଧତା ଓ ସ୍ଥାନୀୟ ଜଳବାୟୁ ପାଇଁ ଅତ୍ୟନ୍ତ ଆବଶ୍ୟକ ପ୍ରଜାତିର ପୁରୁଣା ଗଛ ରହିଥିଲା । ରାସ୍ତା ପ୍ରଶସ୍ତିକରଣ ପାଇଁ  ଜିଲ୍ଲାବ୍ୟାପୀ କଟାଯାଇଥିବା ୧୫୦୦୦ ଗଛକୁ ଆଇନାନୁମୋଦିତ ଭାବେ ବିଭିନ୍ନ ଦିଗକୁ ବିଚାର କରି ସତର୍କତାର ସହିତ ଗଛ କଟା ଯାଇଥିଲେ ଏତେ ସଂଖ୍ୟାରେ ଗଛ ବିକାଶ ପାଇଁ ବଳି ପଡ଼ି ନଥାନ୍ତା l ବ୍ୟାପକ ସଂଖ୍ୟାରେ ଗଛକଟାର ପ୍ରଭାବ ସ୍ୱରୂପ ଜିଲ୍ଲାରେ ତାପମାତ୍ରା ବୃଦ୍ଧି, ମୃତ୍ତିକା କ୍ଷୟ, ରାସ୍ତା କଡ଼ରେ ଛାୟାର ଅଭାବ, ପକ୍ଷୀ ଓ ଜୀବଜନ୍ତୁ ସଂଖ୍ୟା କମିବା, ଜୈବ ବିବିଧତାରେ ଅବକ୍ଷୟ ଓ ଗ୍ରାମୀଣ ଜୀବନକୁ ପ୍ରଭାବିତ କରିଛି ବୋଲି ପଣ୍ଡା ତାଙ୍କ ଆବେଦନରେ ଦର୍ଶାଇଥିଲେ। ବିକାଶ ଓ ପରିବେଶ ମଧ୍ୟରେ ସମତୁଲତା ରହିବା ଆବଶ୍ୟକ ବୋଲି ପଣ୍ଡା ଯୁକ୍ତି ଦର୍ଶାଇଥିଲେ।  ଏନ୍ ଜି ଟିର ରାୟ ଆସିବା ପରେ ଜିଲ୍ଲା ବ୍ୟାପୀ ରାସ୍ତା ପ୍ରଶସ୍ତିକରଣ ପାଇଁ ଅନ୍ଧାଧୁନିଆ ଓ ଅବିଚାରିତ ଭାବରେ ଗଛ କଟା ଗଲେ ପଣ୍ଡା ପୁଣି ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like