-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Jan-2026
ମାୟାବର୍ହା ହାଇସ୍କୁଲରେ ଜାତୀୟ କୁଷ୍ଠ ନିରାକରଣ ଦିବସ ପାଳନ ଅବସରରେ ପୂଜାରଣୀ ଦୀପ ସମ୍ବର୍ଦ୍ଧିତ।
୩୦/୦୧ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ପ୍ରଧାନ ଶିକ୍ଷକ ଡ, ରବିଚନ୍ଦ୍ର ପଶୟତଙ୍କ ମାର୍ଗଦର୍ଶନରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବଳିଦାନ ଦିବସରେ ଜାତୀୟ କୁଷ୍ଠ ରୋଗ ନିରାକରଣ ଦିବସ ତଥା ସହିଦ ଦିବସ ପାଳିତ ହୋଇଯାଇଛି। ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ମଞ୍ଚ ପରିଚାଳନା କରିବା ସହ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶିକ୍ଷକ ନନ୍ଦିଘୋଷ ବାରିକ ଓ ରାଜୁ ମେହେର ମଞ୍ଚ।ଷିନ ହୋଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ବିନିକା ବ୍ଲକ ସିଲାଟି ଗ୍ରାମରେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ଜାତୀୟ କୁଷ୍ଠ ନିରାକରଣ ଦିବସରେ ବିଦ୍ୟାଳୟର ଛାତ୍ରୀ ପୂଜାରାନୀ ଦୀପ ପୁରସ୍କୃତ ହୋଇଥିବାରୁ ଆଜିକାର ଏହି ଅବସରରେ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରୀ ଶ୍ରିମୟୀ ଶେଠ୍ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ଛାତ୍ରୀ ଝରଣା ସାହୁ, ଆଭା ସାହୁ ଓ ପ୍ରୀତି ପ୍ରଧାନ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।
ଶେଷରେ ଶିକ୍ଷକ ମନୋଜ କୁମାର ପୁଝାରୀ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମୀନକେତନ ଦାସ, ସଞ୍ଜୀବ ପୂଜାରୀ, ବିଭୀଷଣ ଖମାରୀ, ଲିପି ପ୍ରଧାନ , କିରଣ କୁମାର ପଟେଲ , ସୁରଜ୍ ଖମାରୀ ,ସୂର୍ଯ୍ୟକନ୍ତୀ କାଣ୍ଡ ପ୍ରଭୁତି ସହଯୋଗ କରିଥିଲେ ।