-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
30-Jan-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଜାମଗୁଡା ଠାରେ ମହାପୁରୁଷ ଅଚ୍ୟୁତାନନ୍ଦ ଦେବଙ୍କ ଜନ୍ମତ୍ସବ ପାଳନ ଏବଂ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେଲା। ଏହି ଅଷ୍ଟ ପ୍ରହର ନାମ ଯଜ୍ଞ ବୁଧବାର ଦିନ ଠାରୁ ଆରମ୍ବ ହୋଇଥିଲା ଏବଂ ଶୁକ୍ରବାର ସରିଲା। ତିନିଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ରାଧେଶ୍ୟାମ ଅଗ୍ରୱାଲ,ବିଜୟ କୁମାର ମେହେଟା,ରାଜେଶ ଅଗ୍ରୱାଲ,ଭଗବାନ ବେହେରା,ତ୍ରିନାଥ ଲେଙ୍କା, ସୋନ୍ତସ ଦାସ, ମନ୍ଦିର ପୂଜକ ଅମିତାଭ ପଣ୍ଡା ପ୍ରମ୍ମୁଖ। ନାମ ଯଜ୍ଞ ସହ ଭଜନ କୀର୍ତ୍ତନ ଏବଂ ହୋମ କରାଯାଇ ଥିଲା। ଭକ୍ତ ମାନଙ୍କ ପାଇଁ ଆୟୋଜିତ କମିଟି ତରଫରୁ ଅର୍ଣ୍ଣ ଭୋଗର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ତିନିଦିନ ଧରି ଚାଲିଥିବା ଏହି ନାମ ଯାଜ୍ଞରେ ଜମଗୁଡା ଗ୍ରାମ ବାସି ସହ ଆଖ ପାଖ ଅଂଚଳର ଏକ ହଜାର ରୁ ଉର୍ଦ୍ଧ ଭକ୍ତ ଏବଂ ସ୍ଥାନୀୟ ଅଂଚଳର ଜନସାଧାରଣ ଉପସ୍ଥିତି ଥିଲେ।