-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Jan-2026
ଆଗଲପୁର, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ରେ ଆଜି ଆଗଲପୁର ପୋଲିସ କୁ ଏକ ବଡ଼ ସଫଳତା ମିଳିଛି l ସୂଚନା ରୁ ପ୍ରକାଶ ଯେ ଆଗଲପୁର ଥାନା ଅନ୍ତର୍ଗତ ଉଚ୍ଚବାହାଲ ଗ୍ରାମରୁ 87 ବିଦେଶୀ ମଦ ବୋତଲ ଓ 50 ଟି ଦେଶୀମଦ ପାଉଜ ସିଜ କରା ଯାଇଛି l ଉକ୍ତ ଗ୍ରାମର ବିକ୍ରମ ଦୋରା (39) ପି. ଲୋଚନ ଦୋରା ମଦ ବିକ୍ରି କରୁଥିବାର ପୋଲିସ ଖବର ପାଇ ମଦ କୁ ସିଜ କରିବା ସହ ଆସାମୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଗଲପୁର ଆଇଆଇସି ଅନିତା ନାୟକ ସୂଚନା ଦେଇଛନ୍ତି l ଆଗଲପୁର ଅଞ୍ଚଳରେ ବିଦେଶୀ ତଥା ଦେଶୀ ମଦର ବିକ୍ରି ବହୁ ଜାଗାରେ ହେଉଥିବା ଆଇ ଆଇ ସି ସୂଚନା ଦେଇଛନ୍ତି l