-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
29-Jan-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସ୍ଥିତ ମହାଦେବପାଲି ଠାରେ ହିନ୍ଦୁ ସମ୍ବିଲନୀ ଅନୁଷ୍ଟିତ ହୋଇଯାଇଛି। ମହାଦେବପାଲି ମଣ୍ଡଲ ସଭାପତି ଦେବେନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀକ୍ଷେତ୍ର ପୁରୀ ରାମଜୀ ମଠର ମହନ୍ତ ମହାରାଜ ବଂଶୀଧର ଦାଶ ଯୋଗଦେଇ ହିନ୍ଦୁ ଧର୍ମର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଲୋକଙ୍କୁ ନିବେଦନ କରିଥିଲେ ।ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ସଦଭାବନା ସଂଯୋଜକ ଡ଼ ଗୋପାଳ ପ୍ରସାଦ ମହାପାତ୍ର,ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସେବିକା ସମିତି ସମାଜସେବୀ ସନ୍ତୋସିନି ଚାଉଲିଆ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ସଭାକୁ ଅବସରପ୍ରାପ୍ତ ପ୍ରାଣୀଧନ ଚିକିତ୍ସକ ହାଡିବନ୍ଧୁ ଖମାରୀ ସଂଯୋଜନା କରିଥିବା ବେଳେ ପ୍ରଭଞ୍ଜନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ସଂସାମୁରା ଶିଶୁ ବିକାଶ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ,କୁମାରୀ ରୀୟା ସା ଙ୍କ ଦ୍ଵାରା ଭାବର ଲହରୀ ନୃତ୍ୟ,ଚନ୍ଦ୍ରମଣି ନ୍ୟଷ୍ଟି ଙ୍କ ସଚେତନ ଧର୍ମ ସଙ୍ଗୀତ,ଜନାର୍ଦ୍ଦନ ନାୟକ ଓ ଧର୍ମେନ୍ଦ୍ର ବଡମାଲିଙ୍କ ପରିଚାଳନା ଗତ ଗୁରୁଦାୟିତ୍ଵ ଆଦି ପରିବେଷଣ ଉଚ୍ଚ କୋଟିର ହୋଇଥିଲା ।