-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
29-Jan-2026
ବିନିକା(ହିମାଂଶୁ ଶେଖର ପୁଟେଲ)ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ସମ୍ବଲପୁରର ଆଞ୍ଚଳିକ ନିର୍ଦ୍ଦେଶକ ଡଃ. ମୁରଲୀ ମାଝୀ ଆଜି ବିନିକା ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ ।ଏହି ଅବସରରେ ଅଧ୍ୟକ୍ଷ ଡଃ ଧୀରେନ୍ଦ୍ର କୁମାର ନାୟକଙ୍କ ସହ ସମସ୍ତ ଷ୍ଟାଫ ଉପସ୍ଥିତ ରହି ତାଙ୍କୁ ପ୍ରଥମେ ସ୍ବାଗତ ସମ୍ବର୍ଦ୍ଧନା ଦେଇ କଲେଜକୁ ପାଛୋଟି ଆଣିଥିଲେ ।ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ମାଝୀ ମହାବିଦ୍ୟାଳୟର ଭିତ୍ତିଭୂମି ଉପରେ ଆଲୋଚନା କରିଥିଲେ । ପରେ ଏହି ଯୁକ୍ତ ତିନି ପ୍ରଥମ ବର୍ଷର ବିଶ୍ୱବିଦ୍ୟାଳୟ ପରୀକ୍ଷା ଶ୍ରେଣୀ ଗୃହ ମାନଙ୍କୁ ବୁଲି ଦେଖିଥିଲେ l ଏହା ସହିତ ମହାବିଦ୍ୟାଳୟର ଲାଇବ୍ରେରୀ,ଲାବୋରଟୋରୀ ଏବଂ ଅଫିସ କାଗଜପତ୍ର ତଦାରଖ କରି ସନ୍ତୋଷ ପ୍ରକାଶ କରିଥିଲେ l ଶେଷରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀ ମାନଙ୍କ ସହିତ ଆଲୋଚନାକରି ଶୈକ୍ଷିକ ଦିଗରେ ଏହି ଅନୁଷ୍ଠାନ କିଭଳି ଉନ୍ନତି କରିବ ସେ ବିଷୟରେ ପରାମର୍ଶ ଦେଇଥିଲେ l