-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ଶିକେରପାଟ୍ ଚାମ୍ପିଅନ ଟ୍ରଫି ୨୦୨୬ ଉଦଯାପିତ,, ଦୁହେଲ ଦଳ ଚାମ୍ପିଆନ, ଲାଠିତରା ଦଳ ଉପବିଜେତା

28-Jan-2026



ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ଗୁଡଭେଲା: ଗୁଡଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ହାଇସ୍କୁଲ ଖେଳପଡିଆରେ ଶିକେରପାଟ୍ ୟୁଥ୍ କ୍ଳବର ଆନୁକୂଲ୍ୟରେ ଆୟୋଜିତ ଶିକେରପାଟ୍ ଚାମ୍ପିଅନ ଟ୍ରଫି ୨୦୨୬ ଗତ ୨୩ ତାରିଖରୁ ଆରମ୍ଭ ହୋଇ ମଙ୍ଗଳବାର ଦିନ ଭବ୍ୟ ଓ ସଫଳତାର ସହିତ ଉଦଯାପିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟର ଫାଇନାଲ୍ ମ୍ୟାଚରେ ଦୁହେଲ ଦଳ ଚମତ୍କାର ପ୍ରଦର୍ଶନ କରି ଚାମ୍ପିଆନ ହେବା ସହ ଲାଠିତରା ଦଳ ଉପବିଜେତା ହୋଇଛି।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୁଡଭେଲା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅଶୋକ ଦୋରା ଯୋଗଦେଇଥିବାବେଳେ, ସମ୍ମାନିତ ଅତିଥି ଭାବରେ ଜାମୁଟ ସରପଞ୍ଚ ଭାବସିଂ ମାଝୀ, ଶିକ୍ଷାବିତ ତଥା କ୍ରୀଡାପ୍ରେମୀ ନିଳାଞ୍ଚଳ ଭୋଇ, ଜାମୁଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର ବେହେରା, ଓଜିବି ଶାଖା ପରିଚାଳକ ଅଶୋକ ରଥ, ତେନ୍ତୁଳିଖୁଣ୍ଡି ପେକ୍ସ ସଭାପତି ଲବ ପଧାନ, ସମାଜସେବୀ ତନୁ ମହାନନ୍ଦ, ବିଶ୍ୱମିତ୍ର ପଧାନ, ଇତି ବାଗ, ବିନୋଦ ସୁନା ଓ ପ୍ରଭାତ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।
ଉଦଯାପନୀ ଦିବସରେ ପ୍ରଥମ ସେମିଫାଇନାଲ୍ ମ୍ୟାଚରେ ଫଟାମୁଣ୍ଡା ଓ ଲାଠିତରା ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ଫଟାମୁଣ୍ଡା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୭ ଓଭରରେ ୮୬ ରନ୍ ସଂଗ୍ରହ କରି ଲାଠିତରାକୁ ଲକ୍ଷ୍ୟ ଦେଇଥିଲା। ପ୍ରତିଉତ୍ତରରେ ଲାଠିତରା ଦଳ ୨ ଓ୍ବିକେଟ୍ ହରାଇ ୯୨ ରନ୍ ସଂଗ୍ରହ କରି ସହଜ ବିଜୟ ସହ ଫାଇନାଲରେ ପ୍ରବେଶ କରିଥିଲା।
ଦ୍ବିତୀୟ ସେମିଫାଇନାଲ୍ ମ୍ୟାଚ୍ ଦୁହେଲ ଓ ବିରାମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦୁହେଲ ଦଳ ଟସ୍ ଜିତି ବ୍ୟାଟିଂ କରି ନିର୍ଧାରିତ ଓଭରରେ ୨ ଓ୍ବିକେଟ୍ ହରାଇ ୧୩୪ ରନ୍ ସଂଗ୍ରହ କରି ବିରାମୁଣ୍ଡାକୁ କଠିନ ଲକ୍ଷ୍ୟ ଦେଇଥିଲା। ବିରାମୁଣ୍ଡା ଦଳ ୪ ଓ୍ବିକେଟ୍ ହରାଇ ୯୮ ରନ୍ ମାତ୍ର ସଂଗ୍ରହ କରି ପରାଜିତ ହୋଇଥିଲା ଏବଂ ଦୁହେଲ ଦଳ ଫାଇନାଲକୁ ପ୍ରବେଶ କରିଥିଲା।
ଫାଇନାଲ୍ ମ୍ୟାଚ୍ ଲାଠିତରା ଓ ଦୁହେଲ ମଧ୍ୟରେ ଅତ୍ୟନ୍ତ ଉତ୍ସାହଜନକ ଭାବରେ ଅନୁଷ୍ଠିତ ହୋଇଥିଲା। ଲାଠିତରା ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁହେଲ ଦଳ ନିର୍ଧାରିତ ୬ ଓଭରରେ ୯୬ ରନ୍ ସଂଗ୍ରହ କରି ଲାଠିତରାକୁ ଚ୍ୟାଲେଞ୍ଜିଙ୍ଗ ଲକ୍ଷ୍ୟ ଦେଇଥିଲା। ପ୍ରତିଉତ୍ତରରେ ଲାଠିତରା ଦଳ ୭ ଓ୍ବିକେଟ୍ ହରାଇ ମାତ୍ର ୩୯ ରନ୍ ସଂଗ୍ରହ କରିପାରିଥିବାବେଳେ ଦୁହେଲ ଦଳ ଭବ୍ୟ ବିଜୟ ସହ ଚାମ୍ପିଆନ ଟ୍ରଫି ହାସଲ କରିଥିଲା।
ଉଦଯାପନୀ ସମାରୋହରେ ସମସ୍ତ ଖେଳାଳୀଙ୍କୁ ପ୍ରମାଣପତ୍ର ଓ ମେଡାଲ୍ ପ୍ରଦାନ କରାଯାଇଥିଲା। ଚାମ୍ପିଆନ ଦଳ ଦୁହେଲକୁ ଟ୍ରଫି ସହ ୨୦,୦୦୦ ଟଙ୍କା ନଗଦ ପୁରସ୍କାର ଏବଂ ଉପବିଜେତା ଦଳ ଲାଠିତରାକୁ ଟ୍ରଫି ସହ ୧୨,୦୦୦ ଟଙ୍କା ନଗଦ ପୁରସ୍କାର ଅତିଥିମାନଙ୍କ ହସ୍ତଦ୍ୱାରା ପ୍ରଦାନ କରାଯାଇଥିଲା। ଦୁହେଲ ଦଳର ମୋହନ ନାଗଙ୍କୁ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ୍ ଦି ସିରିଜ ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା। କ୍ରୀଡା ପ୍ରେମୀ ତଥା ଉପଦେଷ୍ଟା ରସୁଳ ଖାଁ ସମ୍ବର୍ଦ୍ଧିତ କରିବା ସହ ଅନ୍ୟ ୮ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଅମ୍ପାୟାର ଭାବରେ ଜେବି ଓ ସୋନୁ ପୂଜାରୀ ସଫଳ ଭାବରେ ମ୍ୟାଚ୍ ପରିଚାଳନା କରିଥିବାବେଳେ, ରାମଦାସ ରଣା ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ ଓ ସଭା ସଂଯୋଜନା କରିଥିଲେ । । ନାରାୟଣ ଦାସ ସ୍କୋରର୍ ଭାବରେ ଦାୟିତ୍ୱ ନିର୍ବାହ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଫଳ କ୍ରୀଡା ଆୟୋଜନରେ ଶିକେରପାଟ୍ ୟୁଥ୍ କ୍ଳବର ସମସ୍ତ ସଦସ୍ୟଙ୍କ ଅମୂଲ୍ୟ ସହଯୋଗ ଓ ପରିଶ୍ରମ ପ୍ରଶଂସନୀୟ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like