-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
28-Jan-2026
ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀର ପତିତପାବନ ଏକାଡେମୀ ର ପୂର୍ବତନ ଶିକ୍ଷକ ସୁରେଶ ଚନ୍ଦ୍ର ଦାସ ଙ୍କ ଆଜି ଅପରାହ୍ନ ୪ ଟା ୩୦ ମିନିଟ୍ ସମୟରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ୮୦ବର୍ଷ ହେଉଥିଲା। ମୃତ୍ୟୁ ଖବର ପ୍ରଚାର ହେବା ପରେ ସୁରେଶ ଦାସଙ୍କ କଳାମଣ୍ଡଳ ସ୍ଥିତ ବାସଭବନ ରେ ବନ୍ଧୁପରିଜନଙ୍କ ଭିଡ଼ ଜମିଥିଲା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥସ୍ଥତା ଯୋଗୁଁ ଶ୍ରୀଦାସ କିଛି ଦିନ ଧରି ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ଶଯ୍ୟାରେ ସ୍ବର୍ଗତ ଦାସ ଙ୍କ ପତ୍ନୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ସ୍ୱର୍ଗତ ଦାସଙ୍କ ଦୁଇ ପୁତ୍ର ଙ୍କ ମଧ୍ୟରେ ଜିତେନ୍ଦ୍ର (ମୁନା) ଶିକ୍ଷକତା କରୁଥିବା ବେଳେ ଓ ଆଉ ଜଣେ ପୁଅ ରବିନ୍ଦ୍ର ବୃତ୍ତିରେ ବ୍ୟବସୟୀ ଅଟନ୍ତି। ଜଣେ ଆମାୟିକ ଓ ସରଳ ଓ ଆଦର୍ଶ ଶିକ୍ଷକ ଭାବରେ ସୁରେଶ ଚନ୍ଦ୍ର ଦାସ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ। ଛାତ୍ରବତ୍ସଳ ଶିକ୍ଷକ ପୂଜ୍ୟ ଗୁରୁଜୀ ସ୍ୱର୍ଗତ ଦାସ ଙ୍କ ପରଲୋକରେ ୧୯୮୯ ପିପି ଏକାଡେମୀ ମେଟ୍ରିକ ବେଚ୍ ପୁରାତନ ଛାତ୍ର ମାନଙ୍କ ତରଫରୁ ଗଭୀର ଶୋକପ୍ରକାଶ କରାଯାଇଛି। ସୁରେଶ ଚନ୍ଦ୍ର ଦାଶ ଙ୍କ ବିୟୋଗରେ ବଲାଙ୍ଗୀର ରେ ଶୋକର ଛାୟା ଖେଳି ଯାଇଛି ।