-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ପ୍ରିମିୟମ ଚିକ୍ ଫିଡ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ କୁ ଠକେଇ

28-Jan-2026



ମୁରିବାହାଲ:  ଗତ ୧୮ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମର କୁକୁଡ଼ା ଚାଷୀ ଭୋଜରାଜ୍ ମହାକୁରଙ୍କ ସ୍ତ୍ରୀ ପ୍ରିମିୟମ ଚିକ୍ ଫିଡ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ କୁ ଜଣାଇଲେ,ସେମାନେ ଦେଇଥିବା ସମସ୍ତ କୁକୁଡ଼ା ପୋଡ଼ି ନଷ୍ଟ ହୋଇଯାଇଛି।ଏହା ଶୁଣି କମ୍ପାନୀ ର ଷ୍ଟାଫ୍ ମାନେ ଆସି ଦେଖିଲେ ମାତ୍ର ୧୦୦ ରୁ ୧୫୦ ଟି ପକ୍ଷୀ ଫାର୍ମ ଭିତରେ ପୋଡ଼ି ମରିଥିବା ଜାଣିଲେ।କୁକୁଡ଼ା ଫାର୍ମ କୁକୁଡ଼ା ସହ ଜଳୁଥିବା ବେଳେ କେହି ଅଗ୍ନିଶମ ବିଭାଗ କୁ ଜଣାଇ ନ ଥିଲେ।ଫାର୍ମ ଭିତରେ ୨୩୮୫ ଗୋଟି କୁକୁଡ଼ା ଥିବା ବେଳେ କେବଳ ୧୦୦ ରୁ ୧୫୦ ଗୋଟି କୁକୁଡ଼ା ମରିପଡ଼ିଥିବା ଦେଖିବାକୁ ମିଳିଥିଲା।ଫାର୍ମ ପୋଡ଼ିବା ପରେ ମଧ୍ୟ ଗେଟ୍ ରେ ତାଲା ପଡ଼ିଥିଲା।ତେବେ ବାକି କୁକୁଡ଼ା ଗଲେ କୁଆଡେ।ଏଣୁ  କମ୍ପାନୀର ବଲାଙ୍ଗିର ବ୍ରାଞ୍ଚ ମ୍ୟାନେଜର ଲିଙ୍ଗରାଜ ମଲ୍ଲିକ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କଲେ।ଅଭିଯୋଗ କୁ ଭିତ୍ତି କରି ମୁରିବାହାଲ୍ ଥାନା ଅଧିକାରୀ ବୁଲୁ ମୁଣ୍ଡା ତଦନ୍ତ ଆରମ୍ଭ କରିଥିଲେ।ତଦନ୍ତ ସମୟରେ କୁକୁଡ଼ା ଚାଷୀ ଭୋଜାରାଜ୍ ମହାକୁର କୁ ପଚରା ଉଚୁରା କରିବାରୁ ସତ୍ୟତା ପଦାକୁ ଆସିଥିଲା।ଭୋଜରାଜ ବେଲପଡ଼ା ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମରେ ରହୁଥିବା ତାଙ୍କ ସହଯୋଗୀ ବନ୍ଧୁ ସୁବଳ ରଣା ଙ୍କୁ କୁକୁଡ଼ା ବିକ୍ରି କରିବା ପାଇଁ କହିଥିଲେ।ଦୁଇଜଣ ମିଶି କଣ୍ଟାବାଞ୍ଜି ର ସିଂ ଟ୍ରେଡର୍ସ ଏବଂ ଜଏଶ୍ୱାଲ ଟ୍ରେଡର୍ସ ନାମକ ଦୁଇଜଣ ବ୍ୟବସାୟୀ ଙ୍କ କୁକୁଡ଼ା ବୁହା ଗାଡି ରେ ନେଇ ପ୍ରାୟ ୨୩୮୫ ଗୋଟି କୁକୁଡ଼ା ବିକ୍ରି କରି ଦେଇଥିବା ପୋଲିସ ର ତଦନ୍ତ ରୁ ଜଣାପଡିଥିଲା।ଏହା ସହ ୨୭ ବ୍ୟାଗ୍ କୁକୁଡ଼ା ଦାନା ବିକ୍ରି କରିଦେଇଥିବା ନିଜେ ଭୋଜାରାଜ ପୋଲିସ ତଦନ୍ତ ବେଳେ ପ୍ରକାଶ କରିଥିବା ପୋଲିସ ସୂତ୍ରରୁ ଜାଣିବାକୁ ମିଳିଥିଲା।ବିକ୍ରୀ କରିଦେଇଥିବା କୁକୁଡ଼ା ଏବଂ କୁକୁଡ଼ା ଖାଦ୍ୟ ର ଆନୁସଙ୍ଗିକ ମୂଲ୍ୟ ୮ ଲକ୍ଷ୍ୟ ୫୦ହଜାର ଟଙ୍କା ହେବ ବୋଲି କମ୍ପାନୀ କହିଛି।ପୋଲିସ ଭୋଜରାଜ୍ ମହାକୁର ଏବଂ ସୁବଳ ରଣା କୁ ଗିରଫ କରି ତାଙ୍କ ଠାରୁ କିଛି ଟଙ୍କା ଜବତ କରିଛି।ଏହା ସହ ସେମାନେ କୁକୁଡ଼ା ମାନଙ୍କୁ ବିକ୍ରି କରିବା ପାଇଁ ବ୍ୟବହାର ହୋଇଥିବା ଦୁଇ ଗୋଟି ଗାଡ଼ି କୁ ମଧ୍ୟ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।ମୂରିବାହାଲ ପୋଲିସ ଏ ସଂକ୍ରାନ୍ତ ରେ ଥାନା କେସ ନମ୍ବର ୧୬,ଧାରା ୬୧(୨)/୩୧୮(୪)/୨୯୬/ ୩୫୧(୨)/୩୨୬(g)/୩(୫) ବିଏନଏସ ରେ ଦୁଇଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like