-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

*୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକ୍ ଫେଷ୍ଟ ୨୦୨୬ ଉଦଯାପିତ - ବାପୁଜୀ କ୍ଲବ୍ ଭୁବନେଶ୍ୱର କୁ ହରାଇ ଏମ୍ ଏମ୍ ସି ସି ସମ୍ବଲପୁର ଚାମ୍ପିଅନ*-

27-Jan-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଜିଲ୍ଲା କ୍ରିକେଟ୍ ସଂଘ ପକ୍ଷରୁ ଆୟୋଜିତ ୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ୨୦୨୬  ଉଦଯାପିତ ହୋଇଯାଇଛି l ଫାଇନାଲ ମ୍ୟାଚ ବାପୁଜୀ କ୍ଲବ୍ ଭୁବନେଶ୍ୱର ଓ ଏମ୍ ଏମ୍ ସି ସି ସମ୍ବଲପୁର ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ଏବଂ ଫାଇନାଲ ର ତିନୋଟି ମ୍ୟାଚ ଖୁବ୍ ରୋମାଞ୍ଚକର ହୋଇଥିଲା l ଯାହାକି ୩୦ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ଖେଳ ର ଖୁବ ଆନନ୍ଦ ନେଇଥିଲେ l ଟି ଟ୍ୱେଣ୍ଟି ମ୍ୟାଚ ରେ ସମ୍ୱଲପୁର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ଶେଷ ସୁଦ୍ଧା ୭ ୱିକେଟ ବିନିମୟ ରେ ୨୯୫ ରନ୍ କରିଥିଲେ l ଦଳ ପକ୍ଷରୁ ଗୌରବ ତୋମୋର୍ ସର୍ବାଧିକ ୫୦ ବଲ ରେ ୧୨୩ ରନ୍ କରିଥିଲେ l ନବନିତ୍ ଝା ୨୮ ବଲ ରେ ୭୯ ରନ୍, ଜସ୍ମିତ ୧୧ ବଲ ରେ ୩୭ ରନ୍, ଅଶ୍ଵିନୀ ଚିଲ୍ଲର ୧୯ ବଲ ରେ ୩୩ ରନ୍ କରିଥିଲେ l ଭୁବନେଶ୍ୱର ଦଳ ପକ୍ଷରୁ ନିରଞ୍ଜନ ବେହେରା ସର୍ବାଧିକ ୩ ଟି ୱିକେଟ୍ ହାସଲ କରିଥିଲେ l ପ୍ରତି ଉତ୍ତର ରେ ଭୁବନେଶ୍ଵର ଦଳ ୨୬.୩ ଓଭର ରେ ସମସ୍ତ ୱିକେଟ ହରାଇ ୨୦୮ ରନ କରି ପାରି ଥିଲେ l ଦଳ ପକ୍ଷରୁ ରାକେଶ ପଟ୍ଟନାୟକ ୨୯ ବଲ ରେ ୬୬ ରନ, ଓ ପ୍ରାୟସ ସିଂହ ୨୪ ବଲ ରେ ୭୩ ରନ କରିଥିଲେ l ସମ୍ବଲପୁର ଦଳ ପକ୍ଷରୁ ଜସମିତ ସର୍ବାଧିକ ୩ ଟି ୱିକେଟ୍, ମନୀଷ ସେରାୱତ, ୟ ଯଶ ଶର୍ମା ଓ ନବ ନିତ ଝା ପ୍ରତ୍ୟେକ ୨ ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ l ଟି ଟେନ୍ ମ୍ୟାଚ ରେ ସମ୍ୱଲପୁର ଦଳ ବ୍ୟାଟିଂ କରି ୧୦ ଓଭର ରେ ୭ ୱିକେଟ ହରାଇ ୧୬୨ ରନ୍ କରିଥିଲେ l ଦଳ ପକ୍ଷରୁ ଜସ ମିତ ଶର୍ମା ସର୍ବାଧିକ ୨୧ ବଲ ରେ ୬୪ ରନ୍, ଅଶ୍ଵିନୀ ଚିଲ୍ଲର ୧୪ ବଲ ରେ ୧୯ ରନ, ଅନ୍ ମୋଲ ୩ ବଲ ରେ ୧୨ ରନ୍ କରିଥିଲେ l ଭୁବନେଶ୍ୱର ଦଳ ପକ୍ଷରୁ  ସୁଶିଲ ବାରିକ ୩ ଟି ୱିକେଟ୍ ହାସଲ କରିଥିଲେ l ପ୍ରତି ଉତ୍ତର ରେ ଭୁବନେଶ୍ଵର ଦଳ ୩ ଟି ୱିକେଟ୍ ହରାଇ ୮.୫  ୧୭୮ ରନ ସଂଗ୍ରହ କରି ମ୍ୟାଚ୍ ବିଜୟୀ ହୋଇ ଥିଲେ l ଦଳ ପକ୍ଷରୁ ଜୟନ୍ତ ୧୦ ବଲ ରେ ୩୩ ରନ୍, ଅଭିଷେକ ଯାଦବ ୧୯ ବଲ ରେ ୫୩ ରନ୍, ଅତୁଲ ସରକାର ୧୨  ବଲ ରେ ଅପରାଜିତ ୩୩ ରନ କରିଥିଲେ l ପ୍ରାୟସ ସିଂହ ୩୭ ରନ୍ କରିଥିଲେ l ସମ୍ବଲପୁର ଦଳ ପକ୍ଷରୁ ଯୋଗେଶ ୨  ଟି ୱିକେଟ୍ ହାସଲ କରିଥିଲେ l ଉଭୟ ଦଳ ର ସମାନ ସ୍ଥିତି ହେବାରୁ ସୁପର ଓଭର ମ୍ୟାଚ ଅନୁଷ୍ଠିତ ହୋଇଥିଲା l ସୁପର ଓଭର ରେ ସମ୍ୱଲପୁର  ଦଳ ର ୧୮ ରନ୍ ଜବାବ ରେ ଭୁବନେଶ୍ଵର ଦଳ ମାତ୍ର ୯ ରନ କରି ପାରିଥିଲେ l ସମ୍ବଲପୁର ଏମ୍ ଏମ୍ ସି ସି ଦଳ ଚଳିତ ବର୍ଷ ୨୦୨୬  ଲାଲ୍ ମନି କ୍ରିକେଟ ର ଚାମ୍ପିଅନ ବିବେଚିତ ହୋଇଛି l  ସମ୍ବଲପୁର ର ଖେଳାଳୀ ଯଶମିତ କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରା ଯାଇଥିଲା l ସମ୍ବଲପୁର ର ଅଶ୍ଵିନୀ ଚିଲ୍ଲର ଙ୍କୁ ମ୍ୟାନ ଅଫ ଦି ସିରିଜ୍, ଶ୍ରେଷ୍ଠ ବ୍ୟାଟସ୍ ମ୍ୟାନ, ଓ ଶ୍ରେଷ୍ଠ ୱିକେଟ କିପର ଭାବରେ ପୁରସ୍କୃତ କରାଯାଇଥିଲା l ଭୁବନେଶ୍ୱର ର ପ୍ରାୟସ ସିଂହ ଙ୍କୁ ଶ୍ରେଷ୍ଠ ବୋଲର ଭାବେ, ସୁନ୍ଦର ଗଡ ର ଗୌତମ ସୁନା ଙ୍କୁ ଶ୍ରେଷ୍ଠ ଫିଲ୍ଡର ଭାବେ, ଅଶ୍ଵିନୀ ଚିଲ୍ଲର ଙ୍କୁ ସର୍ବାଧିକ ଛକ୍କା ଓ ଚୌକା ମାଷ୍ଟର ଖେଳାଳୀ ଭାବେ, ଅନୁଗୁଳ ଦଳ ର ଆୟୁଷ ହ୍ୟାଟ୍ରିକ ୱିକେଟ ଭାବେ, ଦେବାଶିଷ ବାଗ ଙ୍କୁ ଶ୍ରେଷ୍ଠ କ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ l ଓ ସି ଏ ପ୍ୟାନେଲ ଅମ୍ପାୟର ପ୍ରୁଥିରାଜ ମିଶ୍ର, ସତ୍ୟ ପ୍ରସାଦ ମିଶ୍ର ଫାଇନାଲ ମ୍ୟାଚ ପରିଚାଳନା କରିଥିବା ବେଳେ ପ୍ରଦୀପ ସେଠି ଓ କ୍ଷେତ୍ର ବାସୀ ସାହୁ ସ୍କୋରର ଭାବେ ଦାୟିତ୍ଵ ତୁଲାଇଥିଲେ l ଅନଲାଇନ୍ ସ୍କୋରିଙ୍ଗ ରେ ଦିନେଶ ଘିବିଲା, ବିଶ୍ୱ ନାଥ ନାୟକ, ଓ ହିମାଂଶୁ ପଧାନ ଦାୟିତ୍ବ ତୁଲାଇ ଥିଲେ l ସନ୍ତୋଷ ନାୟାର, ବି ଏସ ରାଓ, ଅଚ୍ୟୁତ ମିଶ୍ର, ପାର୍ଥ ସାରଥୀ ଦାଶ, ଓ ବିନୋଦ ମହାକୁଡ ଧାରା ବିବରଣୀ ପ୍ରଦାନ କରିଥିଲେ l ଫାଇନାଲ ମ୍ୟାଚ ଶେଷରେ ଅନୁଷ୍ଟିତ ଉଦଯାପନୀ ସଭାରେ ଏସ ଡି ସି ଏ ର ସଭାପତି ରାମଶଙ୍କର ସାହୁ ଙ୍କ ଅଧ୍ୟକ୍ଷତା ରେ ସମ୍ମାନିତ ଅତିଥି ଭାବେ ଶିଳ୍ପ , ବୈଶିକ ଜ୍ଞାନ କୌଶଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ,  ବି ଏମ୍ ପୁର ବିଧାୟକ ଇଂ ରଘୁନାଥ ଜଗ ଦଲା, ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ର ମୂଖ୍ୟ ସଚେତକ ସରୋଜ ପଧାନ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.  ନୃପ ରାଜ ସାହୁ, ଓ ସି ଏ ସଂପାଦକ ସଞ୍ଜୟ ବେହେରା , ଓ ସି ଏ ଯୁଗ୍ମ ସଂପାଦକ ପ୍ରଭାତ ଭୋଳ, ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍ ସଂପାଦକ ଅଭିଜିତ ପାଲ, ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ ମ୍ୟାନେଜର ଯୁଗଳ କିଶୋର ସାମଲ, ଓ ସ୍ଵତନ୍ତ୍ର ଅତିଥି ଭାବେ ପୂର୍ବତନ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳାଳୀ ନରେନ୍ଦ୍ର ହିରୱାନି ଙ୍କ ସହ ବରଗଡ଼, ବୌଦ୍ଧ ଓ ବଲାଙ୍ଗିର , ସମ୍ବଲପୁର , ଭଦ୍ରକ ଓ ନୂଆପଡ଼ା ଜିଲ୍ଲା ର କ୍ରିକେଟ୍ ସଂଘ ର ସଂପାଦକ ମାନେ ମଞ୍ଚାସିନ l ଏସ ଡି ସି ଏ ର ସଂପାଦକ ପ୍ରଦୀପ ସେଠି ବାର୍ଷିକ ବିବରଣୀ ପାଠ କରିଥିଲେ l ଉପ ସଭାପତି ବି ସତ୍ୟ ନାରାୟଣ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ l କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର, ବାଙ୍କା ବିହାରୀ ମହଲା, ରାଜେନ୍ଦ୍ର ନାରାୟଣ ମିଶ୍ର, ସୁଧାଂଶୁ ଶେଖର ମିଶ୍ର, ପାର୍ଥ ସାରଥି କର, ନବ ମିଶ୍ର, ନାଗେଶ୍ଵର ପାତ୍ର, ସୁଦର୍ଶନ ପାତ୍ର(ଲୁଲୁ) , ଉଦଯାପନୀ ଉତ୍ସବ ର ସମସ୍ତ କାର୍ଯ୍ଯ କ୍ରମ ରେ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like