-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
19-Jan-2026
କାଲିମେଳା:(ସନ୍ତୋଷ କୁମାର ପଣ୍ଡା):କାଲିମେଳା ବ୍ଲକ ଅନ୍ତର୍ଗତଏମ.ଭି-୭୨ ଠାରୁ କିଛି ଦୂରରେ ରହିଥିବା ଏକ ଜମି ପାର୍ଶ୍ଵରେ ପଡି ରହିଛି ହେଟାବଘର ମୃତ ଦେହ l ୩୨୬ ନଂ ଜାତୀୟ ରାଜପଥ କଡରେ ପଡିରହିଛି ହେଟାବାଘର ମୃତ୍ୟୁ ଶରୀର l ସୂଚନା ଥାଉକି ଆଜି ସକାଳୁ ଲୋକମାନେ ଜମିକୁ ଯିବା ସମୟରେ ଏମଭି–୯୬ ଓ ଏମଭି–୭୨ ମୁଖ୍ୟ ରାସ୍ତା କଡ଼ରେ ଗୋଟିଏ ହେଟାବାଘ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବା ପାଇଁ ମିଳିଥିଲା। ସୋମବାର ସକାଳୁ ସ୍ଥାନୀୟ ଲୋକେ ରାସ୍ତା ପାର୍ଶ୍ୱରେ ବାଘଟିକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ।ଏବଂ ସନ୍ଦେହ କରିଥିଲେ ଯେ କୌଣସି ଭାରି ଗାଡି ଧକ୍କା ରେ ଏହି ବାଘଟିର ମୃତ୍ୟୁ ହୋଇଛି ବୋଲି l ସରକାର ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ଲକ୍ଷ ଲକ୍ଷଟଙ୍କା ବ୍ୟୟ କରୁଥିବା ବେଳେ କିଭଳି ଏକ ବନ୍ୟପ୍ରାଣୀ ର ଜୀବନ ଚାଲିଗଲା ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି lବନ ବିଭାଗ ଏଠି କରୁଛନ୍ତି କଣ l ଏହି ବନ୍ୟଜନ୍ତୁ ଗୁଡିକୁ ସୁରକ୍ଷା ଦିଆ ନ ଗଲେ ଆଗାମୀ ଦିନରେ ବନ୍ୟଜନ୍ତୁ ଲୋପ ପାଇଯିବାର ସମ୍ଭାବନା ରହିଛି l ପ୍ରାଥମିକ ତଦନ୍ତ ଅନୁଯାୟୀ, ମଧ୍ୟରାତ୍ରି ସମୟରେ କୌଣସି ଅଜଣା ଯାନ ଧକ୍କା ଲାଗିବାରୁ ହେଟାବାଘଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ନିକଟରେ ଏକ ପାହାଡ଼ ରହିଥିବା ବେଳେ ସେହି ପାହାଡ଼ରୁ ଜାତୀୟ ରାଜପଥ ପାର ହେବା ପାଇଁ ଚେଷ୍ଟା କରୁଥିବା ବେଳେ କୌଣସି ଏକ ଗାଡି ଧକ୍କା ଦେବା ଯୋଗୁଁ ହେଟାବାଘଟିର ମୃତ୍ୟୁ ହୋଇ ରାସ୍ତା କଡରେ ପଡି ରହିଥିବା ଦେଖିବା ପାଇଁ ମିଳିଛି।