-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
19-Jan-2026
ବଲାଙ୍ଗିର(ପ୍ରେରଣା ଖବର): ଲୋଇସିଂହା ବ୍ଲକ ଅନ୍ତର୍ଗତ, ବଲାଙ୍ଗିର ସହରଠୁ ୨୨ କିମି ଦୂରରେ ଅବସ୍ଥିତ ଲୋୟର ସୁକତେଲ ଡ୍ୟାମ ପାଶ୍ୱର୍ରେ ଅବସ୍ଥିତ ମାଁ ବନଦୁର୍ଗା ମନ୍ଦିର । ଚଳିତ ବର୍ଷ ଆସନ୍ତା ଚୈତ୍ର ପୂର୍ଣ୍ଣିମୀ ଲଗ୍ନ ତା ୦୧ ଅପ୍ରେଲ ୨୬ ରୁ ୦୫ ଅପ୍ରେଲ ୨୬ ପର୍ଯ୍ୟନ୍ତ ୫ ଦିନ ଧରି ବନଦୁର୍ଗା ମହୋତ୍ସବ ଆୟୋଜନ କରିବା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଗୁରବେଡା ତଥା ବନଦୁର୍ଗା ମହୋତ୍ସବ କମିଟି ସଭାପତି ସଂଜୟ ଗଡତ୍ୟାଙ୍କ ଅଧ୍ୟକ୍ଷତାରେ ଆଖ ପାଖର ୧୦ ଜଣ ସରପଂଚ ଏବଂ ପ୍ରତିନିଧି ଯୋଗ ଦେଇଥିଲେ । ଏହି ମହୋତ୍ସବରେ ଲୋୟର ସୁକତେଲ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କଳା କଳାକାର, ପ୍ରକୃତି, ସଂସ୍କୃତି, ଜିବନ ଜିବିକା ର ପୁର୍ନଉଦ୍ଧାର ନିମନ୍ତେ ଏହା ଏକ ମିଳିତ ଉଦ୍ୟମ ହେବ । ଲୋୟର ସୁକତେଲ ଡ଼୍ୟାମ ଆଖ ପାଖ ଅଞ୍ଚଳ କୁ ଏକ ତୀର୍ଥ କ୍ଷେତ୍ର କରିବା ଯଦ୍ୱାରା ଅଧିକ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ଆଲୋଚନା ହୋଇଥିଲା । ସର୍ବସମ୍ମତି କ୍ରମେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ସମସ୍ତେ ପ୍ରସ୍ତାବ ରଖିଥିଲେ, ଏହି କମିଟି କୁ ଟ୍ରଷ୍ଟ ରେଜିଷ୍ଟ୍ରିଭୁକ୍ତ କରିବା । ଏହି ବର୍ଷ ବନଦୁର୍ଗା ମାଁ ଙ୍କ ପୂଜା ସଙ୍ଗେ ସଙ୍ଗେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତାବ ଗୃହିତ ହେଲା । ଆଜିର ବୈଠକରେ ବିକାଶ ରଂଜନ ରଥ, କୈଳାସ ଚନ୍ଦ୍ର ସିଂଦେଓ, ନରେନ୍ଦ୍ର ବିଶି, ହିମାଂଚଳ ମେହେର, ସୋମନାଥ ପଟେଲ, କୌସ୍ତୁଭ ସାହୁ, ଟୁନା ସାହୁ, ଭରତ ସାହୁ, ରାହାସ ବିହାରୀ ବିଶ୍ୱାଲ, ଗଣନାଥ ଭୋଇ, ଅଜୟ ଗଡତ୍ୟା, ଶାନ୍ତନୁ କୁମାର ସିଂ, ଚତୁର୍ଭୁଜ ସାହୁ, ରିଙ୍କୁ ଭୋଇ, ଆରତ ସାହୁ, ଧନଞ୍ଜୟ ବିଶ୍ୱାଲ, ଓମ୍କାର ପ୍ରଧାନ, ଲମ୍ବୋଦର ପ୍ରଧାନ, ମଦନ ସାହୁ, ସଦାନନ୍ଦ ମହଲା, ବ୍ୟାସଦେବ ବନଛୋର, ରଂଜିତ ତେଜି, ଦଶରଥ ପଟେଲ, ପିତାମ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂପାଦକ ଜୟକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।