-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
07-Jan-2026
ଭୁବନେଶ୍ୱର(ପ୍ରେରଣା ଖବର): ପୁରୀ ଜିଲ୍ଲାର ପିପିଲି, ମଙ୍ଗଳପୁର ଅଞ୍ଚଳରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସାମ୍ବାଦିକା ଶ୍ରୀମତୀ ଶିଲା ପଟ୍ଟନାୟକଙ୍କ ଅକାଳ ବିୟୋଗ ସୂଚନା ପାଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକ ବାର୍ତ୍ତରେ କହିଛନ୍ତି କି ଶ୍ରୀମତୀ ପଟ୍ଟନାୟକଙ୍କ ବିୟୋଗ ମୋତେ ଦୁଃଖ ଦେବା ସହ ମର୍ମାହତ କରିଛି। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ନିଷ୍ଠାପୂର୍ଣ୍ଣ ସେବା ଓ ଅବଦାନ ପାଇଁ ସେ ସଦା ସ୍ମରଣୀୟ ହୋଇ ରହିବେ ।ମହାପ୍ରଭୁ ଶ୍ରୀଜଗନ୍ନାଥ ଅମର ଆତ୍ମାଙ୍କୁ ସଦଗତି ପ୍ରଦାନ କରିବା ସହ ଏହି ଦୁଃଖଦ ମୁହୂର୍ତ୍ତରେ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରିବା ପାଇଁ ପିସିସି ସଭାପତି ଶ୍ରୀଦାସ ପ୍ରାର୍ଥନା କରିଛନ୍ତି।