-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||      ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   (05-Aug-2026)       ||     

HOME   ରାଜ୍ୟ

ପରୀ ହତ୍ୟା ମାମଲା ର ୪ର୍ଥ ରିପୋର୍ଟ ଦାଖଲ କରିପାରିନାହିଁ ଏସ,ଆଇ,ଟି

02-Feb-2021



ଭୁବନେଶ୍ୱର,(ଶୁଭାଶିଷ ନାୟକ) ବହୁଚର୍ଚିତ ପରି ହତ୍ୟା ମାମଲାର ତୃତୀୟ ତଥା ଶେଷ ରିପୋର୍ଟ ଜାନୁଆରୀ ୧୧ ତାରିଖରେ ଦାଖଲ କରିଥିଲା ଏସ୍ଆଇଟି । ଜାନୁଆରୀ ମାସ ଶେଷ ହୋଇଥିବା ବେଳେ ମଧ୍ୟ ୪ର୍ଥ ରିପୋର୍ଟ ଏସ୍ଆଇଟି ଦାଖଲ କରି ପାରି ନାହିଁ । ପରୀ ହତ୍ୟା ମାମଲାକୁ ନେଇ ଆଉ ନାହିଁ ତୁମ୍ବି ତୁଫାନ । ତଦନ୍ତ କ୍ଷେତ୍ରରେ ଅଗ୍ରଗତି ହେଉ ନ ଥିବା ଦେଖିବାକୁ ମିଳିଥିବା ବେଳେ  ଆଉ ମାମଲାକୁ ନେଇ ବିରୋଧୀ ଉଠାଉ ନାହାନ୍ତି ପ୍ରଶ୍ନ । ଅଭିଯୁକ୍ତ ନାବାଳକ ବୋଲି ପ୍ରମାଣିତ ହୋଇ ସାରିଛି । ଅଭିଯୁକ୍ତଙ୍କ ନାର୍କୋ ଟେଷ୍ଟ, ବ୍ରେନ୍ ମ୍ୟାପିଂ ପାଇଁ  ଆବଦେନ ବିଫଳ ହେବା ପରେ ପୁଲିସ ତଦନ୍ତରେ ଆଉ କିଛି ବାକି ଥିଲା ଭଳି ମନେ ହେଉନି ।  ସବୁଠୁ ବଡ କଥା ହେଉଛି ମାମଲାର ତୃତୀୟ ରିପୋର୍ଟ ଦାଖଲ ହେବାକୁ ୨୦ ଦିନ ବିତି ଯାଇଥିଲେ ମଧ୍ୟ ୪ର୍ଥ ରିପୋର୍ଟ ଦାଖଲ କରିପାରିନାହିଁ ଏସ୍ଆଇଟି । ଏପରି ସ୍ଥଳେ ପରୀ ହତ୍ୟା ମାମଲା ଚାପି ଗଲାଣି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।


ପରୀ ମାମଲାର ତଦନ୍ତ ଭାର ଏସ୍ଆଇଟି ନେବା ପରେ ଗତ ଡିସେମ୍ବର ୧୫ ତାରିଖରେ ହାଇକୋର୍ଟରେ ପ୍ରଥମ ରିପୋର୍ଟ ଦାଖଲ କରିଥିଲା ଏସ୍ଆଇଟି । ଏହାର ଆଠ ଦିନ ପରେ ଅର୍ଥାତ୍ ଡିସେମ୍ବର ୨୩ ତାରିଖରେ ଦ୍ୱିତୀୟ ରିପୋର୍ଟ ଦାଖଲ କରାଯାଇଥିଲା । ତୃତୀୟ ତଥା ଶେଷ ରିପୋର୍ଟ ଦାଖଲ ୧୭ ଦିନରେ ଅର୍ଥାତ ଜାନୁଆରୀ ୧୧ ତାରିଖରେ ଦାଖଲ କରିଥିଲା ଏସ୍ଆଇଟି । ଜାନୁଆରୀ ମାସ ଶେଷ ହୋଇଥିବା ବେଳେ ମଧ୍ୟ ୪ର୍ଥ ରିପୋର୍ଟ ଏସ୍ଆଇଟି ଦାଖଲ କରି ପାରି ନାହିଁ । ଏହା ମଧ୍ୟରେ ୨୦ ଦିନ ବିତି ଗଲାଣି । ତେବେ କେବେ ରିପୋର୍ଟ ଦାଖଲ କରାଯିବ ଅବା ତଦନ୍ତର ଅଗ୍ରଗତି ନେଇ ଏସ୍ଆଇଟି ପକ୍ଷରୁ ମଧ୍ୟ କିଛି ସୂଚନା ଦିଆଯାଇ ନାହିଁ । ତୃତୀୟ ରିପୋର୍ଟ ଦାଲଖକୁ ନେଇ ହାଇକୋର୍ଟ ଖୁସୀ ଥିବା କୁହାଯାଇଥିଲା । ହେଲେ ଏତେ ଦିନ ପରେ ମଧ୍ୟ ୪ର୍ଥ ରିପୋର୍ଟ ଦାଖଲ ହୋଇ ନ ପାରିବାରୁ ତଦନ୍ତରେ ଆଉ କିଛି ବିକାଶ ହୋଇପାରି ନ ଥବା ମନେ ହେଉଛି ।


ଏପଟେ ଅଭିଯୁକ୍ତ ନାବାଳକ ବୋଲି କୋର୍ଟରେ ପ୍ରମାଣ ହୋଇସାରିଛି  । ଏସ୍ଆଇଟି ପକ୍ଷରୁ ଅଭିଯୁକ୍ତଙ୍କର ନାର୍କୋ ଟେଷ୍ଟ  ପରେ ବ୍ରେନ ମ୍ୟାପି ଟେଷ୍ଟ ପାଇଁ ଅଭିଯୁକ୍ତ ମନା କରି ଦେଇଥିବାରୁ ପୁଲିସ ପାଖରେ ଆଉ କିଛି ବିଳଳ୍ପ ନାହିଁ  । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା କହୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ ସେପରି କିଛି ପ୍ରମାଣ ଦେଇ ପାରି ନାହିଁ । ଅଭିଯୁକ୍ତଙ୍କୁ ବିରୋଧରେ ଏସଆଇଟି ଆଣିଥିବା ଅଭିଯୋଗ ସତ କି ମିଛ ତାହା ମଧ୍ୟ ଏବେ କହିବା  କଷ୍ଟକର । ଏହାରି ମଧ୍ୟରେ ଏସଆଇଟି  ହାଇକୋର୍ଟର ବିଚାରପତିଙ୍କୁ ତତ୍ୱବ୍ୟବଧାନରେ ତଦନ୍ତ କରୁ ନ ଥିବା  ସ୍ପଷ୍ଟ ହୋଇ ସାରିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସଆଇଟି ଆଣିଥିବା ଅଭିଯୋଗ ସତ ହୋଇଥିଲେ ମଧ୍ୟ ଏହାକୁ ପ୍ରମାଣ କରିବା ପୁଲିସ ପକ୍ଷେ କଷ୍ଟକର । କାରଣ ଏସଆଇଟି ତଦନ୍ତ ଭାର ଗ୍ରହଣ କରିବାରେ ବହୁ ବିଳମ୍ବ ହୋଇସାରିଥିଲା । ଯଦି ଅଭିଯୁକ୍ତଙ୍କ ସିମେନ ଅବା ଅନ୍ୟ କୌଣସି ଜିନିଷ ପିଡ଼ିତାଙ୍କ କୌଣସି ଜିନିଷରେ ସମ୍ବନ୍ଧ ରହିଥାଏ, ଏତେ ଦିନ ପରେ ସେସବୁ ନଷ୍ଟ ହୋଇଯିବାର ସମ୍ଭାବନା ମଧ୍ୟ  ଅଧିକ ରହିଛି । ଏପରି ସ୍ଥଳେ ଅଭିଯୁକ୍ତଙ୍କୁ ଦୋଷୀ ସାବସ୍ଥ୍ୟ କରିବା ପୁଲିସ ପକ୍ଷେ କଷ୍ଟକର ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତିି ।


ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ତାରିଖରେ ପରୀ ତା ଗାଁ ନୟଗଡ଼ ଜିଲ୍ଲା ଯଦୁପୁରରୁ କେଉଁ ଆଡେ ନିଖୋଜ ହୋଇ ଯାଇଥିଲା । ଏହାର ୯ ଦିନ ପରେ  କିଛି ହାଡ଼ ପରୀର ଘର ପଛ ପଟୁ ଉଦ୍ଧାର ହୋଇଥିଲା । ଏହି ହାଡ଼ର ଡିଏନଏ ଯାଞ୍ଚ ପରେ ତାହା ପରୀର ବୋଲି ସ୍ପଷ୍ଟ ହୋଇଥିଲା । ଏହା ପରେ ପରୀ ବାପା-ମା ବିଧାନସଭା ସମ୍ମୁଖରେ ଆତ୍ମହୁତି ଦେବାକୁ ଆସିବା ପରେ ମାମଲାର ତଦନ୍ତ ଭାର ଏସଆଇଟିକୁ ଦିଆଯାଇଥିଲା ।  ଡିସେମ୍ବର ୨ ତାରିଖରେ ମାମଲାର ତଦନ୍ତ ଭାର ଏସଆଇଟି ଗ୍ରହଣ କରିବା ସହ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ଜଣଙ୍କ ପରୀକୁ ବଳାତ୍କାର ଉଦ୍ୟମ ପରେ ହତ୍ୟା କରିଥିବା ମାନିଥିଲା ବୋଲି ଏସଆଇଟି ପକ୍ଷରୁ କୁହାଯାଇଥିଲା


News Comment




Photo in News

Advertisment
Lastest News
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026
  ଜିଲ୍ଲା  
କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   06-Aug-2026
  ଜିଲ୍ଲା  
ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା   06-Aug-2026
  ଜିଲ୍ଲା  
ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   06-Aug-2026

You Might Also Like