-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
02-Feb-2021
ଭୁବନେଶ୍ୱର, (ଶୁଭାଶିଷ ନାୟକ) ୨୦୨୧-୨୦୨୨ ପାଇଁ ବଜେଟ୍ ଉପସ୍ଥାପନ କରିବା ବେଳେ ବଡ଼ ଘୋଷଣା କରିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପୁରୁଣା ଗାଡ଼ିକୁ ରାସ୍ତାରୁ ହଟାଇବା ପାଇଁ ଭାରତ ସରକାର ଭଲ୍ୟୁଣ୍ଟାରି ଭେଇକିଲ ସ୍କାରପିଙ୍ଗ୍ ପଲିସ ଆରମ୍ଭ କରିବେ। ଏହାଦ୍ୱାରା ପରିବେଶକୁ ସୁହାଇଲା ଭଳି ଗାଡ଼ି ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏହି ନିୟମ ଅନୁସାରେ ଗାଡ଼ି କେତେ ଦିନ ରାସ୍ତାରେ ଗଡ଼ିବ, ତାହା ଏହାର ଫିଟନେଶ ଉପରେ ନିର୍ଭର କରିବ । ତଥାପି ଘରୋଇ ଗାଡ଼ିଗୁଡ଼ିକ ୨୦ ବର୍ଷରୁ ଅଧିକ ଦିନ ରାସ୍ତାରେ ଗଡ଼ି ପାରିବ ନାହିଁ । ୨୦ ବର୍ଷ ପାର କରିଥିବା ଗାଡ଼ି ଗୁଡ଼ିକୁ ପରିବହନ ମନ୍ତ୍ରଣାଳୟ ଅଯୋଗ୍ୟ ଘୋଷଣା କରିବ ।
ସେହିପରି କର୍ମସିଆଲ ବା ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଗାଡ଼ିଗୁଡ଼ିକ ୧୫ ବର୍ଷ ପରେ ଆଉ ରାସ୍ତାରେ ଚାଲି ପାରିବ ନାହିଁ । ଏସମ୍ପର୍କରେ ବିସ୍ତୃତ ତଥ୍ୟ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଖୁବଶୀଘ୍ର ସାର୍ବଜନୀନ କରାଯିବ ।