-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
02-Feb-2021
ସାନଖେମୁଣ୍ଡି (ପ୍ରେରଣା ଖବର) :ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଜରଡ଼ା ଥାନା କେଲୁଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଜରଡ଼ା ଥାନା କେଲୁଆ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ସ୍କୁଟିକୁ ଧକ୍କା ଦେଇଥିଲା ଟ୍ରକ । ଯାହାଫଳରେ କି ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଜରଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଏପରିକି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ ମଧ୍ୟ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ହସ୍ତଗତ ହୋଇନାହିଁ । ପୋଲିସ ତଦନ୍ତ କଲେ ସ୍ପଷ୍ଟ ସୂଚନା ମିଳିବ ବୋଲି ସ୍ଥାନୀୟ ଲୋକ ଆଶା କରିଛନ୍ତି ।