-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
02-Feb-2021
ଭୁବନେଶ୍ୱର(ପ୍ରେରଣା ଖବର) : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାର ଖୋଳତାଡ଼ ପାଇଁ ଝରାଫୁଲଙ୍କ ପୁରୁଷ ବନ୍ଧୁଙ୍କୁ ଆଜିଠାରୁ ରିମାଣ୍ଡରେ ନେବ ପୋଲିସ। ସୂଚନା ଅନୁସାରେ, ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ଯାଜପୁର ପୋଲିସ ୩ ଦିନିଆ ରିମାଣ୍ଡରେ ନେଇ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରିବ ବୋଲି ଜଣାଯାଇଛି। ଏଥିପାଇଁ ଜିଲ୍ଲା ଓ ଦୌରାଜଜ୍ ଯାଜପୁର ପୋଲିସକୁ ଅନୁମତି ଦେଇଛନ୍ତି। ଆଜି ପୂର୍ବାହ୍ନରୁ ୫ ତାରିଖ ପୂର୍ବାହ୍ନ ଯାଏଁ ମିଳିଥିବା ରିମାଣ୍ଡ ଅବଧି ମଧ୍ୟରେ ଯାଜପୁର ପୋଲିସ ଖୋଳତାଡ଼ କରିବ। କାରଣ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିଲା ଝରାଫୁଲଙ୍କ ମୃତଦେହ। ତା ସହ ଏକ ସିସିଟିଭି ଫୁଟେଜ୍ ବି ମିଳିଥିଲା। ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଝରାଫୁଲଙ୍କୁ ମୃତ ଅବସ୍ଥାରେ ସ୍କୁଟରରେ ବସାଇ ନେଉଥିବାର ଚିତ୍ର ରହିଛି। ତେଣୁ ରାକେଶ ସହ ଆଉ କିଏ ଏଥିରେ ସଂପୃକ୍ତ ଅଛନ୍ତି ? କେଉଁଠୁ ଏବଂ କେମିତି ଆସିଲା ମୃତଦେହ ? ଏସବୁ ଦିଗକୁ ଧରି ଯାଜପୁର ପୋଲିସ ରାକେଶଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି।