-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ମହାନଗର

୩ରୁ ଜଳିବ ପୁରୀ ବାଇପାସ୍‌ ଷ୍ଟ୍ରିଟଲାଇଟ୍‌, ମୁଖ୍ୟମନ୍ତ୍ରୀ କରିବେ ଉଦ୍‌ଘାଟନ

02-Feb-2021



ଭୁବନେଶ୍ବର (ପ୍ରେରଣା ଖବର): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବ। ପୁରୀ ବାଇପାସ୍‌ରେ ଷ୍ଟ୍ରିଟ୍‌ ଲାଇଟ୍ ଜଳିବ। ହାଇଟେକ୍‌ ଛକରୁ ଦୟା ବ୍ରିଜ୍‌ ପର୍ଯ୍ୟନ୍ତ ଏହି ୧୨କିମିର ରାସ୍ତାରୁ ଅନ୍ଧକାର ହଟିବ। ବିଏମ୍‌ସି ପକ୍ଷରୁ ପୁରୀ ବାଇପାସ୍‌ର ଆଲୋକୀକରଣ କାମ ହୋଇଥିବା ବେଳେ ଆସନ୍ତା ୩ ତାରିଖରେ (ବୁଧବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏଥିପାଇଁ ଆଜି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଓ ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର କ୍ଷେତ୍ର ପରିଦର୍ଶନ କରି ଲାଇଟ୍‌ ଜଳୁଛି କି ନାହିଁ, ଯାଞ୍ଚ କରିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ପାଇଁ କେଉଁଠି ମଞ୍ଚ ହେବ, କ’ଣ କ’ଣ କାର୍ଯ୍ୟକ୍ରମ ହେବ, ତାହାର ସମୀକ୍ଷା କରିଛନ୍ତି। ବିଏମ୍‌ସିର ସୂଚନା ଅନୁଯାୟୀ, ୩ ତାରିଖ ଅପରାହ୍‌ଣ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟଙ୍କପାଣି ରୋଡ୍‌ସ୍ଥିତ ସାଇ ମନ୍ଦିର ଛକ ନିକଟରେ ସୁଇଚ୍‌ ଟିପି ଭୁବନେଶ୍ବର-ପୁରୀ ବାଇପାସ୍‌ ଆଲୋକୀକରଣ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏହି ୧୨ କିମି ରାସ୍ତା‌େର ୩୮୭ଟି ବିଦ୍ୟୁତ ଖୁଣ୍ଟରେ ୭୭୪ଟି ୧୦୦ ୱାଟ୍‌ର ଏଲ୍‌ଇଡି ଲାଇଟ୍‌ ଲାଗିଛି। ଏହାବାଦ୍‌ ୪ଟି ପ୍ରମୁଖ ଛକରେ ୪ଟି ହାଇମାଷ୍ଟ ଲାଇଟ୍‌ ଲାଗିଛି। ଏଥିପାଇଁ ୭ଟି ଟ୍ରାନ୍ସଫର୍ମର ବସିଛି। ଏହି ରାସ୍ତା ଆଲୋକୀକରଣ ହେଲେ ସ୍ଥାନୀୟ ବାସିନ୍ଦାଙ୍କର ଦୀର୍ଘ ଦିନର ଦାବି ପୂରଣ ହେବ। ୨୦୧୨ ମସିହାରେ ପୁରୀ ବାଇପାସ୍‌ ରାସ୍ତା ଲୋକାର୍ପିତ ହୋଇଥିଲା। ସହରର ଏହା ପ୍ରମୁଖ ରାସ୍ତା ହୋଇଥିଲେ ହେଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାର ଆଲୋକୀକରଣ କରିନଥିଲେ। ଏହି ରାସ୍ତାରେ ରାହାଜାନି ଓ ଲୁଟ୍‌ ଭଳି ଘଟଣା ବଢ଼ିବାରୁ ସ୍ଥାନୀୟ ବାସିନ୍ଦା ଏହାର ଆଲୋକୀକରଣ ପାଇଁ ସ୍ଥାନୀୟ ବିଧାୟକଙ୍କଠାରୁ ଆରମ୍ଭ କରି ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ। ହେଲେ ଏହି ରାସ୍ତା ବିଏମ୍‌ସି ଅଧୀନରେ ଯାଉ ନଥିବାରୁ ବିଏମ୍‌ସି ଏହାର ଆଲୋକୀକରଣ କରିବନି ବୋଲି କହିଥିଲା। ଆଲୋକୀକରଣରେ ଅର୍ଥ ବାଧକ ସାଜୁଥିଲେ ହେଁ ସ୍ଥାନୀୟ ବାସିନ୍ଦାଙ୍କ ଦାବି ଓ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହି ରାସ୍ତା ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ତଥା ଭୁବନେଶ୍ବର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ୨୦୧୮ ମସିହାରେ ପର୍ଯ୍ୟଟନ ବିଭାଗରୁ ଏଥିପାଇଁ ୨.୮୫କୋଟି ଟଙ୍କା ବିଏମ୍‌ସିକୁ ଅନୁଦାନ ଦେଇଥିଲେ। ଏହାପରେ ବିଏମ୍‌ସି ଫେବ୍ରୁଆରି ୭, ୨୦୧୯ରେ ଟେଣ୍ଡର ଆହ୍ବାନ କରିଥିଲା। ‌ସେପ୍ଟେମ୍ବର ୩୦, ୨୦୧୯ରେ କାର୍ଯ୍ୟାଦେଶ ଦିଆଯାଇଥିଲା। ଅକ୍ଟୋବର ୧ରେ କାମ ଆରମ୍ଭ ହେବା ବେଳକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରୋକ୍‌ ଲଗାଇଥିଲେ। ଅନୁମତି ଦେଇନଥିଲେ। ଜାତୀୟ ରାଜପଥ କର୍ତ୍ତୃପକ୍ଷ କହିଥିଲେ ଯେ ବିଏମ୍‌ସି ଏଠାରେ ଆଲୋକୀକରଣ ପାଇଁ ଯେଉଁ ମାନର କାମ କରୁଛି, ତାହା ସେମାନଙ୍କ କାର୍ଯ୍ୟସ୍ତରର ନୁହେଁ। ତେଣୁ କ’ଣ କାମ ହେବ, କିପରି ହେବ ତା’ର ସବିଶେଷ ତଥ୍ୟ ଦେବା ପରେ ଏନେଇ ଅନୁମତି ମିଳିବ। ବିଏମ୍‌ସି ପକ୍ଷରୁ ଏନେଇ ସମସ୍ତ ତଥ୍ୟ ଦେବା ପରେ ବି ଅନୁମତି ମିଳି ନ ଥିଲା। ଏପରିକି ବିଏମ୍‌ସି କର୍ତ୍ତୃପକ୍ଷ ଅନୁମତି ପାଇଁ ବାରମ୍ବାର ଚିଠି ଲେଖିବା ପରେ ଅନୁମତି ନ ମିଳିବାରୁ ସ୍ଥାନୀୟ ବିଧାୟକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏନେଇ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଚିଠି ଲେଖିଥିଲେ। ତଥାପି ବି ଅନୁମତି ନ ମିଳିବାରୁ ଶ୍ରୀ ପଣ୍ଡା ନୂଆଦିଲ୍ଲୀରେ ଶ୍ରୀ ଗଡ଼କରୀଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ। ଏହାପରେ ମାର୍ଚ୍ଚ ୧୬ରେ ଜା‌ତୀୟ ରାଜପଥ କର୍ତ୍ତୃପକ୍ଷ ଷ୍ଟ୍ରିଟ ଲାଇଟ୍‌ ଖୁଣ୍ଟର ଉଚ୍ଚତା ବଢ଼ାଇବାକୁ ସର୍ତ୍ତ ରଖି ଆଲୋକୀକରଣ ପାଇଁ ଅନୁମତି ଦେଇଥିଲେ। କରୋନା କଟକଣା ପାଇଁ କାମ ବନ୍ଦ ରହିବା ପରେ ଏବେ ଏହାର କାମ ଶେଷ ହୋଇଛି। ୬ଟି ସ୍ଥାନରେ ହେବ ସ୍ବାଗତ ମଞ୍ଚ :- ପୁରୀ ବାଇପାସ୍‌ ଆଲୋକୀକରଣ ଲୋକାର୍ପଣ କାର୍ଯ୍ୟକ୍ରମକୁ ନିଆରା ଢଙ୍ଗରେ ପାଳନ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ବିଏମ୍‌ସିର ସମସ୍ତ ପୂର୍ବତନ କର୍ପୋରେଟର୍‌, ଏହି ରାସ୍ତା ସଂଲଗ୍ନ ବିଭିନ୍ନ ପଞ୍ଚାୟତର ପ୍ରତିନିଧି ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଏହି ରାସ୍ତାରେ ୬ଟି ସ୍ଥାନରେ ସ୍ବତନ୍ତ୍ର ମଞ୍ଚ ହେବ। ହାଇଟେକ୍‌ ଛକ, ପାଣ୍ଡରା, କେଶୁରା ଛକ, ସାଇ ମନ୍ଦିର ଛକ, ଶିଶୁପାଳଗଡ଼ ଛକ, ଲିଙ୍ଗିପୁର ଛକରେ ମଞ୍ଚ ହେବ। ଏଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like