-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
18-Dec-2025
ବରଗଡ଼:ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ରୁଚିଦା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଦ୍ୟାଳୟର ୧୩୫ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେର ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସବର ଶୁଭାରମ୍ଭ କରିଥିଲେ।ଖେଳ ଶିକ୍ଷକ ହରବଲ୍ଲଭ ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି। କ୍ରୀଡ଼ା ଉତ୍ସବରେ ଶିକ୍ଷକ ପ୍ରଭାତ କୁମାର ନାୟକ,ବଳରାମ ରଣା,ସୁବୋଧ ଭୋଇ, ଶିକ୍ଷୟିତ୍ରୀ ରୀନା କୁମାରୀ ମେହେର, ତନୟା ଡନସନା,ସବିତା ଦେହେରୀ, ମେନକା ମେହେର, ପୁଷ୍ପାଙ୍ଗିନି ଭୁଏ ସହଯୋଗ କରିଥିଲେ।ଶେଷରେ ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେର ପତାକା ଅବତରଣ କରି
ଖେଳର ପରିସମାପ୍ତି ଘୋଷଣା କରିଥିଲେ। କ୍ରୀଡାରେ ବାଳକମାନଙ୍କ ମଧ୍ୟରେ ଅର୍ପଣ ଗୋୟଲ୍ ଓ ବାଳିକାମାନଙ୍କ ମଧ୍ୟରେ ସୁମିତ୍ରା ମେହେର ଚାମ୍ପିଅନ ହୋଇଥିଲେ। କ୍ରୀଡ଼ାଙ୍ଗନ କ୍ଲବ୍,ଜୁନିଅର୍ ରେଡ୍ କ୍ରସ୍ ଓ ସ୍କାଉଟର ଛାତ୍ରଛାତ୍ରୀମାନେ ବାର୍ଷିକ କ୍ରୀଡା ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।