-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
18-Dec-2025
ସିନାପାଲି(ପରମେଶ୍ୱର ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ର ଉପାନ୍ତ ନଙ୍ଗଲବୋର୍ଡ ଅଞ୍ଚଳ ରୁ ଖବର ସଂଗ୍ରହ କରି ଫେରୁଥିବା ବେଳେ ଖଇରପଦର ନିକଟ ରେ ବାଇକ ର ପଛ ଚକ ଫାଟି ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଦୁଇ ସାମ୍ୱାଦିକ ଝସକେତନ ରଣା ଓ ରମେଶ ଜଗତ ଗୁରୁତର ଆହତ ହୋଇଥିବା ଜଣାପଡିଛି। ପରେ ଘଟଣା ସ୍ଥଳ ରୁ ଉଦ୍ଧାର କରି ପ୍ରଥମେ ସିନାପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୂ ଅଣାଯାଇଥିଲା।
ପରେ ଝସକେତନ ରଣା ଙ୍କୁ ଅଧିକ ଚିକିତ୍ସା ପାଇଁ ନୂଆପଡ଼ା କୁ ସ୍ଥାନାନ୍ତର କରଯାଇଛି।ବର୍ତ୍ତମାନ ଉଭୟ ସାମ୍ୱାଦିକ ଙ୍କ ସ୍ୱାସ୍ଥ୍ୟ ଅଵସ୍ଥା ଭଲ ଥିବା ଜଣାପଡିଛି। ରମେଶ ଜଗତ ଙ୍କ ଶରୀର ର ବିଭିନ୍ନ ସ୍ଥାନ ରେ କ୍ଷତ ହୋଇଥିବା ବେଳେ ଝସକେତନ ଙ୍କ ହାତରେ ଆଘାତ ହୋଇଛି। ଉଭୟ ସାମ୍ବାଦିକ ଗୋଟିଏ ବାଇକ ରେ ସାଙ୍ଗ ହୋଇ ଖବର ସଂଗ୍ରହ ପାଇଁ ଯାଇଥିଲେ।