-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
18-Dec-2025
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ତଲିଉଡାର ପଂଚାୟତ ଅନ୍ତର୍ଗତ ବୁରୋମୁଣ୍ଡା ଠାରେ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଧନୁଯାତ୍ରା ର ଚତୁର୍ଥ ଦିବସ ରେ ମୁଖ୍ୟଅତିଥି ଭାବେ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗ ଦେଇଥିବା ବେଳେ ମଂଚାସୀନ ଅତିଥି ଭାବେ ଏବିଡ଼ିଓ କିଶୋରଚନ୍ଦ୍ର ମାନସିଂହ, ତଳିଉଡାର ସରପଞ୍ଚ ଙ୍କ ପ୍ରତିନିଧି ଜୟନ୍ତ ପଟେଲ, ସମିତିସଭ୍ୟା ଙ୍କ ପ୍ରତନିଧି ରାଜକିଶୋର ପଟେଲ ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ l ବୁରୋମୁଣ୍ଡା ର ଏ ବର୍ଷ ର ଧନୁଯାତ୍ରା ମହା ଆଡମ୍ବର ରେ ଦେଖିବାକୁ ମିଳୁଛି l କଂସ ଦରବାର, ମିନାବଜାର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଆଖପାଖ ଅଂଚଳ ର ଲୋକ ଙ୍କ ଭିଡ଼ ଦେଖିବାକୁ ମିଳୁଛି l ଉକ୍ତ କାର୍ଯ୍ୟକ୍ରମ ରେ ପଦ୍ମଲୋଚନ ପଟେଲ, ନୀଳାଞ୍ଚଳ ପାତ୍ର ବିକାଶ, ଦାମୋଦର, ବଲ୍ଳହବ, ବାଗଦଳ ପ୍ରମୁଖ ସହଯୋଗ କରୁଛନ୍ତି l