-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
17-Dec-2025
ବଲାଙ୍ଗିର, -ବଲାଙ୍ଗିର ପାଟଣା ରାଜ୍ୟର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମନ୍ଦିର ପୀଠ ର ୧୫୦ ବର୍ଷ ପୁର୍ତ୍ତି ହୋଇଯାଇଥିବା ଦେବାଳୟ ଐତିହ୍ୟ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଦିର୍ଘ ୬ ମାସ ଉର୍ଦ୍ଧ୍ୱ ହେବ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ଏ ନେଇ ଏକ ସ୍ମରଣିକା ପ୍ରକାଶ ପାଇବ, ଧ୍ୱଜା ରୋପଣ ଏବଂ ଫେବୃୟାରୀ ମାସ ପ୍ରଥମ ସପ୍ତାହ ପାଟଣେଶ୍ୱରୀ ମହୋତ୍ସବ ଆୟୋଜନ ହେବ । ଏହି ଅବସରରେ ଏକ ଆଲୋଚନା ଚକ୍ର ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଦେବାଦେବୀ ମନ୍ଦିର କୁ ଯିବ ନିମନ୍ତ୍ରଣ, ଅତିଥିମାନଙ୍କୁ ନିମନ୍ତ୍ରଣ କରାଯିବ । ଏହି ଉଦ୍ଦେଶ୍ୟରେ ପାଟଣାଗଡ ଖମାର ରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଙ୍କ କରକମଳରେ ଉତ୍ସବର ଲୋଗୋ ଉନ୍ମୋଚିତ ହୋଇଯାଇଥିଲା । ମାଁ ପାଟଣେଶ୍ୱରୀ ଏବଂ ମହାରାଜ ଙ୍କ ରାଶି ନକ୍ଷତ୍ରରେ ରାଜପୁରୋହିତ ସନ୍ତୋଷ ଦାଶ ଏବଂ ପଣ୍ଡିତ ମହାସଭା ତାରିଖ ନିର୍ଦ୍ଧାରଣ ହୋଇଛି । ଆଗାମୀ ଦିନରେ କିଭଳି ସୁଚାରୁ ରୂପେ ମହୋତ୍ସବ ଆୟୋଜିତ ହେବ ଜିଲ୍ଲା ପ୍ରଶାସନ ସହ ଆଲୋଚନା ଏବଂ ଏହି ଉତ୍ସବ ଆୟୋଜନ କରିବା ପାଇଁ କମିଟିରେ ୨୦ଜଣ ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଦେବାଳୟ ଐତିହ୍ୟ ସୁରକ୍ଷା ଟ୍ରଷ୍ଟର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ସଂପାଦକ ପ୍ରଶାନ୍ତ ମହାକୁର, ମନ ପୁରୋହିତ, ଭବାନି ଶଙ୍କର ଭୋଇ, ରିଣ୍ଟୁ ସାହୁ, ଶମ୍ଭୁ ଶତପଥି, ଅଭିନାଶ ଦିଶ୍ରୀ, ମଧୁସୁଦନ ନାୟକ, ସୁରେନ୍ଦ୍ର ନେଗୀ, ଅଶ୍ୱିନୀ କୁମାର ପଟ୍ଟନାୟକ , ଅର୍ଜୁନ ସାହୁ, ଦିନେଶ ଶର୍ମା, କବିରାଜ ଭୋଇ ସମେତ କମିଟି ନିଷ୍ପତ୍ତି ନେଇଛନ୍ତି ।