-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
17-Dec-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ଆଦର୍ଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ସୋନପୁର ଲଲୁ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ ଓ ଶାରୀରିକ ଶିକ୍ଷକ ତଥା ସାମ୍ବାଦିକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ଯୋଗଦେଇ କ୍ରୀଡା ଜୀବନକୁ କିପରି ପ୍ରଭାବିତ ଓ ପରିବର୍ତ୍ତନ କରେ ତା ଉପରେ ବକ୍ତବ୍ୟ ଦେଇଥିଲେ |ପ୍ରଧାନ ଶିକ୍ଷକ ବ୍ରତାନନ୍ଦ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଶିକ୍ଷୟିତ୍ରୀ କବିତା ରାଣୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ |ବରିଷ୍ଠ ଶିକ୍ଷୟିତ୍ରୀ ସଂଗୀତା ମହାନ୍ତି ଓ ବିଦ୍ୟାଳୟ ପରିଚାଳନା କମିଟି ଉପ ସଭାନେତ୍ରୀ ସୀମା ଭେଷରା, ସଂଗୀତା ମହାରଣା ଉର୍ମିଳା ମହାରଣା ସହଯୋଗ କରିଥିଲେ | ୧୦୦ ମିଟର ଦୌଡ଼ ୨୦୦ ମିଟର ଦୌଡ଼, ସଟଫୁଟ,ବାଟି ଚାମଚ. ମ୍ୟୁଜିକ ଚେୟାର ଇତ୍ୟାଦି ଖେଳ ପ୍ରତିଯୋଗିତା ହୋଇଥିଲା | ବିଦ୍ୟାଳୟ ର ପ୍ରାୟ ୧୩୫ ଜଣ ଛାତ୍ରଛାତ୍ରୀ ବିଭିନ୍ନ ଖେଳ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ |