-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
17-Dec-2025
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ବ୍ଲକ ସଭାଗୃହରେ ସଂସଦ ଖେଳ ମୋହତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ଡାବୁଗାଁ ବିଡ଼ିଓ ଶରତ ମାଝୀ,ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ସହ ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ ମାନେ, ସରପଞ୍ଚ ସମିତି ସଭ୍ୟା,ପିଇଓ ଜନପ୍ରତିନିଧି ମାନେ ଏବଂ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ। ଏହି ସଂସଦ ଖେଳ ମୋହତ୍ସବ ଆସନ୍ତା ୧୯ ଡିସେମ୍ବର ରେ କରାଯିବା ପାଇଁ ସ୍ଥିର ହୋଇଛି। ଖେଳଗୁଡିକ ଡାବୁଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଏବଂ ଭୈରବ ମହାବିଦ୍ୟାଳୟ ସ୍ଥିତ ପଡିଆରେ କରାଯିବ। କ୍ରିକେଟ, ଭଲିବଲ, ଫୁଟବଲ, ଖୋକ ଭଳି ବିଭିନ୍ନ ଖେଳ କରାଯିବ ଏବଂ ଯେଉଁ ମାନେ ବିଜୟୀ ହେବେ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସାଂସଦ ଖେଳ ମହାତ୍ସବ ରେ ଭାଗ ନେବେ।