-+91-9937148622 |

prerana_bgr@rediffmail.com |

  Wednesday 10th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬, ଘରେ ଘରେ ପହଞ୍ଚୁଛନ୍ତି ବି. ଏଲ. ଓ    (09-Jun-2026)       ||      ବରଗଡ଼ ରେ ଅଭାବନୀୟ ଘଟଣା ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ♦️ ବରଗଡ଼ ପୁରୋହିତ ହସ୍ପିଟାଲ ସାମନାରେ ଶବ ରଖି ରାସ୍ତାରୋକ    (09-Jun-2026)       ||      *ଶିକ୍ଷା ସମ୍ମାନରେ ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ସିଦ୍ଧାର୍ଥ ମହାବିଦ୍ୟାଳୟର ଛାତ୍ର ସତ୍ୟନାରାୟଣ ଭୁଏ*   (09-Jun-2026)       ||      OPSC ପରୀକ୍ଷାରେ କପି ଅଭିଯୋଗର ଖୋଳତାଡ଼   (09-Jun-2026)       ||      ବିଜେଡି ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ   (09-Jun-2026)       ||      ଜାତୀୟରାଜପଥ-୨୬ରେ ଟ୍ରକଚାପାରେ ମାଆଝିଅ ମୃତ,ସହରରେ ଶୋକରଛାୟା   (09-Jun-2026)       ||      ଆଲୁମିନିୟମ ତାର ଚୋରୀ ଅଭିଯୋଗରେ ୬ ଜଣ ଗିରଫ ପରେ କୋର୍ଟ ଚାଲାଣ   (09-Jun-2026)       ||      *ପ୍ରତି ଗାଁ ପ୍ରତି ଘର କୁ ଯୋଗ ର ବାର୍ତା ପହଞ୍ଚାଇବା କୁ ପରାମର୍ଶ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ*- *ରଘୁନାଥ ଜଗଦଲା*-   (09-Jun-2026)       ||      ଓଜେଇଇ-୨୦୨୬ ପରୀକ୍ଷାରେ ଯୁବୋଦୟ କଲେଜର ଅଭୂତପୂର୍ବ ସଫଳତା   (09-Jun-2026)       ||      ଯୁବ ସମାବେଶ ନେଇ ଆମପାଣି ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରସ୍ତୁତି ବୈଠକ   (09-Jun-2026)       ||      ଭେଡେନ ବ୍ଲକ ବରିଷ୍ଠ ନାଗରିକ ପୁନର୍ଗଠନ   (09-Jun-2026)       ||      ଟ୍ରକ ଚକା ତଳେ ଜୀବନ ଗଲା ♦️ସ୍କୁଟି ରେ ଯାଉଥିବା ମା ଝିଅ ଟ୍ରକ ଚକା ତଳେ ଚାପି ହୋଇ ମୃତ, ଘଟଣାସ୍ଥଳ ରେ ଶୋକାକୁଳ ପରିବେଶ    (09-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ବରଗଡ଼ ଏସ.ପିଙ୍କ ଅଧ୍ୟକ୍ଷତା ରେ ବୈଠକ ।   (09-Jun-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୨୭ଟି ଦରଖାସ୍ତ ଗ୍ରହଣ   (09-Jun-2026)       ||      ସ୍ୱର୍ଗତ ଅବନୀ ମୋହନ ଥିଲେ ତ୍ୟାଗ ଓ ଆଦର୍ଶର ପ୍ରତୀକ♦️ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଅବନୀମୋହନ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ    (09-Jun-2026)       ||      ଏସ ଆଇ ଏଚ ଏମ୍ ରେ ନାମ ଲେଖାଇଲେ ୩ ଜଣ ଛାତ୍ରଛାତ୍ରୀ।   (08-Jun-2026)       ||      ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ପଠାଇଲେ ରେଡକ୍ରସ ସ୍ବେଛାସେବୀ ସତ୍ୟନାରାୟଣ    (08-Jun-2026)       ||      ବଡ଼ଚଣା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (08-Jun-2026)       ||      ବାଲିଗୁଡା ଆଇ ଟି ଡି ଏ  ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ  ପୁଳାପୁଳା ସମ୍ପତ୍ତି ଠାବ କଲା ଭିଜିଲାନ୍ସ   (08-Jun-2026)       ||      ଲୁହୁରେନ ପାଲି ଗାଁ ର ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ    (08-Jun-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ

16-Dec-2025



ସୁବର୍ଣ୍ଣପୁର ( ମନୋରଞ୍ଜନ ତ୍ରିପାଠୀ)      
 ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇଯାଇଛି l lଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂ ଦେଓ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l  ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ସିଂ ଦେଓ ସୋନପୁର ପହଞ୍ଚିବା ପରେ ପ୍ରଥମେ ସୋନପୁର ଜିଲ୍ଲା କୋଷାଗାର କୁ ଯାଇ ୪୨ ବର୍ଷ ତଳେ ସୋନପୁର ଗୋପାଳଜୀ ମନ୍ଦିର ରୁ ଚୋରି ହୋଇଥିବା ଓ ନିକଟ ଅତୀତରେ ଉଦ୍ଧାର ହୋଇ ସୁବର୍ଣ୍ଣପୁର ଜିଲ୍ଲାକୁ  ଫେରି ଆସିଥିବା  ୧୨ ଗୋଟି ମୂର୍ତ୍ତି ଗୁଡିକୁ ଦର୍ଶନ କରିଥିଲେ। ଏହି ଅବସରରେ ଉଦ୍ଧାର ହୋଇଥିବା ମୂର୍ତ୍ତି ଗୁଡିକୁ ମାନ୍ୟବର ନ୍ୟାୟାଳୟ ର ଆଦେଶକୁ ପାଳନ ପୂର୍ବକ ବିଧି ବ୍ୟବସ୍ଥା ଅନୁଯାୟୀ ଗୋପାଳ ଜି ମନ୍ଦିରରେ ସ୍ଥାପନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ  ପରାମର୍ଶ ଦେଇଥିଲେ । ପରେ ସୁବର୍ଣ୍ଣପୁର ସ୍ଥିତ ରୟାଲ ପଡିଆ ଠାରେ  ଜିଲ୍ଲା ସ୍ତରୀୟ ମତ୍ସ ଓ ପ୍ରାଣୀସମ୍ପଦ ମେଳା - ୨୦୨୫ ର ଦ୍ଵିତୀୟ ବା ଉଦଯାପନ ଦିବସରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏକ  ସଭାରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିବା ବେଳେ ବୀରମହାରାଜପୁର, ଇଂ ରଘୁନାଥ ଜଗଦଲା  ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର, ଶ୍ରୀ ନାରାୟଣ ନାୟକ ଓ  ଜିଲ୍ଲା ମୁଖ୍ୟ ପ୍ରାଣିଧନ  ଚିକିତ୍ସାଧିକାରୀ, ସମ୍ବଲପୁର, ଶ୍ରୀ ଶିବ ପ୍ରସାଦ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ l  ଶ୍ରୀ ଦେବେନ୍ଦ୍ର ସୋଲାଙ୍କି, ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣିଧନ ସମ୍ପଦ ଚିକିତ୍ସା ଅଧିକାରୀ, ବାଲେଶ୍ଵର ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ। ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଚିକିତ୍ସା ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ରଞ୍ଜନ କୁମାର ଦାଶ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ସଭା ଶେଷରେ  ଜିଲ୍ଲା ମତ୍ସ୍ୟ ଅଧିକାରୀ, ସୁବର୍ଣ୍ଣପୁର,  ଶ୍ରୀ ବିଜୟ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଆଜି ଦ୍ୱିତୀୟ  ଦିବସର ସଭାରେ ଅନିବାର୍ଯ୍ୟ କାରଣରୁ ଯୋଗଦେଇ ପାରିନଥିବା ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଓ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶା, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ଵାରା ପ୍ରେରିତ  ଭିଡିଓ ଶୁଭେଚ୍ଛା ବାର୍ତ୍ତା ଓ ଅଭିଭାଷଣକୁ ଜନସାଧାରଣ ଅବଗତି ନିମନ୍ତେ ଏଲ୍.ଇ.ଡି ସ୍କ୍ରିନ ମାଧ୍ୟମରେ ପରିବେଷଣ କରାଯାଇଥିଲା । ଏହି ମେଳାରେ ଅତିଥି ମାନେ ପ୍ରକାଶ କରିଥିଲେ ଯେ ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଦ୍ଵାରା ଅଣ୍ଡା ଉତ୍ପାଦନ କ୍ଷେତ୍ରରେ  କ୍ଷେତ୍ରରେ ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛି। ତେଣୁ, ଏହି ବିକାଶ ଧାରାକୁ ଜାରି ଓ ବଜାୟ ରଖିବା ପାଇଁ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ପାଳନ କରୁଥିବା ଚାଷି ମାନଙ୍କୁ ପରାମର୍ଶ ଦେଇ ପ୍ରୋତ୍ସାହିତ କରିଥିଲେ। ଏହି ମେଳାରେ ମୁଖ୍ୟ ବକ୍ତା ଓ ଅତିଥିମାନେ ସୁବର୍ଣ୍ଣପୁର ଜିଲ୍ଲାର ମତ୍ସ୍ୟ ଚାଷୀ ଓ ପ୍ରାଣିଧନ  ଚାଷୀ ଯେପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରି ଯୋଜନାର ଲାଭ ପାଇପାରିବେ ଏବଂ ଆର୍ଥିକ କ୍ଷେତ୍ରରେ ଉନ୍ନତି କରି ପାରିବେ ସେଥିପାଇଁ ସେମାନଙ୍କର ଅଭିଭାଷଣ ସଚେତନ କରାଇଥିଲେ। ମୁଖ୍ୟଅତିଥି ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ସମସ୍ତ ଉପସ୍ଥିତ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଏହି ଅବସରରେ ସଭାପତି ଓ ଅତିଥିମାନଙ୍କ 
ପ୍ରାଣୀ ସମ୍ପଦ ବିକାଶ ବିଭାଗର ସଫଳ ଚାଷୀ ମାନଙ୍କୁ ଯଥା କୁକୁଡ଼ା ପାଳନ ପାଇଁ ଜ୍ୟୋତିର୍ମୟୀ ବେଦବାକ,ଉଲୁଣ୍ଡା ବ୍ଲକ ଓ ଛେଲି ପାଳନ ପାଇଁ ସ୍ଵର୍ଣ୍ଣମୟୀ ସ୍ଵୟଂସହାୟକ ଗୋଷ୍ଠୀ, ଉଲୁଣ୍ଡା ବ୍ଲକ ଓ ମତ୍ସ୍ୟ ବିଭାଗ ତରଫରୁ  ମାଛ ଯାଆଁଳା ଉତ୍ପାଦନ ପାଇଁ  ଭାରତୀ ମହାକୁଡ, ଉଲୁଣ୍ଡା ଓ ଜୈବପୁଞ୍ଜ ପଦ୍ଧତିରେ ମତ୍ସ୍ୟ ଚାଷ ପାଇଁ ସ୍ୱର୍ଣାସୂତା ପ୍ରଧାନ, ବୀରମହାରାଜପୁରଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ତରଭା ଶିଶୁ ମନ୍ଦିରର ଛାତ୍ର ଛାତ୍ରୀମାନେ ରାଜ୍ୟ ସଙ୍ଗୀତ  ଗାନ କରିଥିଲେ ସଭାକାର୍ଯ୍ୟ ଶେଷ ହେବାପରେ ବିନିକା ବ୍ଲକର ମା ମାହେଶ୍ୱରୀ ସାଂସ୍କୃତିକ ସାଂସଦ, ପି.ଏମ.ଶ୍ରୀ   କେନ୍ଦ୍ରୀୟ ବିଦ୍ୟାଳୟ, ସୋନପୁର, ବାଳିକା ଉଚ୍ଚ ବିବ୍ୟାଳୟ, ସୋନପୁର, ସିଂଢୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ଦ୍ଵାରା  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।  ଏହି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ଜିଲ୍ଲା ୦୬(ଛଅ) ଗୋଟି ପଞ୍ଚାୟତ ସମିତିରୁ ବହୁ ସଂଖ୍ୟାରେ ମତ୍ସ୍ୟ ଚାଷୀ ଓ ପ୍ରାଣୀସମ୍ପଦ ଚାଷୀମାନଙ୍କ ସହିତ ଜନସାଧାରଣ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ, ସୋନପୁର ସୁଶ୍ରୀ ପ୍ରୀତି ସୁନାଙ୍କ ସହିତ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହି ମେଳା ଆୟୋଜନ ଓ ଅନୁଷ୍ଠିତ କରିବା ପାଇଁ ଉଭୟ ମୁଖ୍ୟ ଜିଲ୍ଲା ପ୍ରାଣୀ  ସମ୍ପଦ, କାର୍ଯ୍ୟାଳୟ ଓ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।                          ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିନିମ୍ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ, ଓଡ଼ିଶା,  ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂ ଦେଓ ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ ଋତୁରେ ଚାଷୀ ମାନଙ୍କ ଠାରୁ ଯେପରି ସୁରୁଖୁରୁ ଭାବେ ଧାନ କ୍ରୟ ଓ ଠିକ୍ ସମୟ ମଧ୍ୟରେ ପାଉଣା ପ୍ରଦାନ ପାଇଁ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏତଦ୍ ବ୍ୟତୀତ ସୁବର୍ଣ୍ଣପୁର ଜିଲ୍ଲାର କୃଷକ ସଂଗଠନର ପ୍ରିତିନିଧି ମାନଙ୍କ ସହିତ ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ।  ତାପରେ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର କୃଷି, ଉଦ୍ୟାନ, ଜଳଛାୟା ପ୍ରକଳ୍ପ ଯୋଜନା, ଶକ୍ତି ବା ବିଦ୍ୟୁତ୍ ବିଭାଗ, ସମବାୟ ବିଭାଗ ବେସାମରିକ ଯୋଗାଣ ବିଭାଗ ଓ ଚଳିତ ଖରିଫ ଋତୁର ଧାନକ୍ରୟ, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ, ଜନସ୍ବାସ୍ଥ୍ୟ ବିଭାଗ ଓ ସ୍ଵାସ୍ଥ୍ୟ ବିଭାଗ  ଅନ୍ୟ ବିଭାଗ ମାନଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ସମସ୍ତ କାର୍ଯ୍ୟର ଅଗ୍ରଗତି ଉପରେ ପର୍ଯ୍ୟାଲୋଚନ ଓ ସମୀକ୍ଷା କରିଥିଲେ। ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ଓ ପ୍ରକଳ୍ପ ଗୁଡ଼ିକୁ ତୁରନ୍ତ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପାଦନ ଓ ସମାପନ ପାରିବା ପାଇଁ ପରାମର୍ଶ ଦେଇଥିଲେ।  କୌଣସି କାର୍ଯ୍ୟ ବା ପ୍ରକଳ୍ପର ସମ୍ପାଦନ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଲେ ତୁରନ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର, ବିଧାୟକ ଦ୍ୱୟ ଓ ଆବଶ୍ୟକ ସ୍ଥଳେ ସରକାରଙ୍କ ଦୃଷ୍ଟିକୁ ଆଣି ତୁରନ୍ତ ସମାଧାନ କରି କାର୍ଯ୍ୟ ସମ୍ପାଦନ ଓ ସମାପନ କରିବା ପାଇଁ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬, ଘରେ ଘରେ ପହଞ୍ଚୁଛନ୍ତି ବି. ଏଲ. ଓ   09-Jun-2026
  ରାଜ୍ୟ  
ବରଗଡ଼ ରେ ଅଭାବନୀୟ ଘଟଣା ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ♦️ ବରଗଡ଼ ପୁରୋହିତ ହସ୍ପିଟାଲ ସାମନାରେ ଶବ ରଖି ରାସ୍ତାରୋକ   09-Jun-2026
  ଜିଲ୍ଲା  
*ଶିକ୍ଷା ସମ୍ମାନରେ ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ସିଦ୍ଧାର୍ଥ ମହାବିଦ୍ୟାଳୟର ଛାତ୍ର ସତ୍ୟନାରାୟଣ ଭୁଏ*   09-Jun-2026
  ଜିଲ୍ଲା  
OPSC ପରୀକ୍ଷାରେ କପି ଅଭିଯୋଗର ଖୋଳତାଡ଼   09-Jun-2026
  ଜିଲ୍ଲା  
ବିଜେଡି ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ   09-Jun-2026
  ଜିଲ୍ଲା  
ଜାତୀୟରାଜପଥ-୨୬ରେ ଟ୍ରକଚାପାରେ ମାଆଝିଅ ମୃତ,ସହରରେ ଶୋକରଛାୟା   09-Jun-2026
  ଜିଲ୍ଲା  
ଆଲୁମିନିୟମ ତାର ଚୋରୀ ଅଭିଯୋଗରେ ୬ ଜଣ ଗିରଫ ପରେ କୋର୍ଟ ଚାଲାଣ   09-Jun-2026
  ଜିଲ୍ଲା  
*ପ୍ରତି ଗାଁ ପ୍ରତି ଘର କୁ ଯୋଗ ର ବାର୍ତା ପହଞ୍ଚାଇବା କୁ ପରାମର୍ଶ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ*- *ରଘୁନାଥ ଜଗଦଲା*-   09-Jun-2026
  ଜିଲ୍ଲା  
ଓଜେଇଇ-୨୦୨୬ ପରୀକ୍ଷାରେ ଯୁବୋଦୟ କଲେଜର ଅଭୂତପୂର୍ବ ସଫଳତା   09-Jun-2026
  ଜିଲ୍ଲା  
ଯୁବ ସମାବେଶ ନେଇ ଆମପାଣି ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରସ୍ତୁତି ବୈଠକ   09-Jun-2026
  ଜିଲ୍ଲା  
ଭେଡେନ ବ୍ଲକ ବରିଷ୍ଠ ନାଗରିକ ପୁନର୍ଗଠନ   09-Jun-2026
  ଜିଲ୍ଲା  
ଟ୍ରକ ଚକା ତଳେ ଜୀବନ ଗଲା ♦️ସ୍କୁଟି ରେ ଯାଉଥିବା ମା ଝିଅ ଟ୍ରକ ଚକା ତଳେ ଚାପି ହୋଇ ମୃତ, ଘଟଣାସ୍ଥଳ ରେ ଶୋକାକୁଳ ପରିବେଶ   09-Jun-2026

You Might Also Like