-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
01-Dec-2025
ନୂଆପଡ଼ା (ରାମନାଥ ପଣ୍ଡା)
ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନର ସହଭାଗିତାରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି ।ଅଧ୍ୟକ୍ଷ ଅବନୀ କୁମାର ଖମାରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ସନ୍ତୋଷ କୁମାର ମୁଣ୍ଡ,ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ,ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ନେତ୍ରାମ ହଂସ,ଅଧ୍ୟାପିକା ବିଜେତା ଚାଉଲିଆ,ଅଧ୍ୟାପିକା ପ୍ରିତିଶୁଧା ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ।ଚଳିତ ବର୍ଷର ବିଶ୍ଵ ଏଡ଼ସ ଦିବସର ପ୍ରସଙ୍ଗ - ବିଭ୍ରାଟକୁ ଦୂର କରିବା,ଏଡ଼ସ ପ୍ରତିକ୍ରିୟାକୁ ରୂପାନ୍ତରିତ କରିବା ବିଷୟକୁ ନେଇ ବତ୍କୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ବତ୍କୃତାରେ ପଙ୍କଜିନି ତାଣ୍ଡି,ବୀଣାପାଣି ବାଗ ଓ ଜନ୍ମେଜୟ ନାଏକ ଯଥାକ୍ରମେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବାବେଳେ ଚିତ୍ରାଙ୍କନରେ ପ୍ରଭାସିନୀ ମାଝୀ,ତନିଶା ନାଏକ ଓ କୁଞ୍ଜ ବିହାରୀ ମାଝୀ ଯଥାକ୍ରମେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରି ଅଧ୍ୟକ୍ଷଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ ।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସମେତ ଜାତୀୟ ସେବା ସଂସ୍ଥାର ସ୍ବେଛାସେବୀ ଅଂଶ ଗ୍ରହଣ କରିଥିଲେ। ଶେଷରେ ଯୁବ ରେଡକ୍ରସ୍ କାଉନସିଲର ନେତ୍ରାମ୍ ହଂସ ଧନ୍ୟବାଦ୍ ଅର୍ପଣ କରିଥିଲେ।