-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||     

HOME   ଜିଲ୍ଲା

ଫୁଲମୁଠି ମାଁ ମାହେଶ୍ୱରୀଙ୍କ ମନ୍ଦିରରେ ରତ୍ନମୁଦ ସ୍ଥାପନ,ଭକ୍ତଙ୍କ ଜୟ ଧ୍ବନିରେ ଗ୍ରାମ ଉତ୍ସବ ମୁଖର

27-Nov-2025



ବିନିକା(ହିମାଂଶୁ ଶେଖର ପୁଟେଲ)"ଜୟ ଗୋ ମାଁ ମାହେଶ୍ୱରୀ ତୁହି ହିଁ ଆମର ସାହା ଭରସା" ଆଦି ଭକ୍ତଙ୍କ ଧ୍ବନିରେ ଫୁଲମୁଠି ଗ୍ରାମ ପ୍ରକମ୍ବିତ ହୋଇଥିଲା ଗ୍ରାମରେ ମାଁ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଆଜି ପବିତ୍ର ଗୁରୁବାର ଦିନରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମନ୍ଦିର ଚୁଡ଼ରେ ରତ୍ନମୁଦ ସ୍ଥାପନ କାର୍ଯ୍ୟକ୍ରମ ବେଶ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି।ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଗ୍ରାମରେ କେଉଁ ଆବାହନ କାଳରୁ ମାଁ ମାହେଶ୍ୱରୀ ଦେବୀ ପୂଜା ପାଉଛନ୍ତି ତାଙ୍କର ଭବ୍ୟ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ଆସନ୍ତା ଫେବୃଆରୀ ମାସରେ ରୀତିନୀତି ଅନୁଯାୟୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ହେବ ।ଏନେଇ ଆଜି ମନ୍ଦିରରେ ରତ୍ନମୁଦ ସ୍ଥାପନ କରାଯାଇଥିଲା ।ଦେବୀଙ୍କ ବନ୍ଦନା ଗାନ ସହିତ ଭଜନ,କୀର୍ତ୍ତନ୍ୟର ତାଳେ ତାଳେ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ମାହେଶ୍ୱରୀ ସ୍ନାନ ଘାଟ ନିକଟ ବଦବନ୍ଧକୁ ଯାଇଥିଲେ ।ସେଠାରେ ପୁରୋହିତ ବାସୁଦେବ ହୋତା ମନ୍ତ୍ର ଉଚ୍ଚାରଣ କରି ପୂଜା କାର୍ଯ୍ୟ ସମାପନ କରିବା ପରେ ଖରଖରି ଗଛକୁ ମନ୍ଦିରକୁ ଅଣାଯାଇ ମୂର୍ତ୍ତି ନିର୍ମାଣ କରାଯାଇଥିଲା । ମନ୍ଦିର ଚୁଡ଼ରେ ରତ୍ନମୁଦ ସ୍ଥାପନ ପୂର୍ବରୁ ସ୍ଥାନୀୟ ମଣ୍ଡପ ଠାରେ ପୂଜକ ଶ୍ରୀ ହୋତାଙ୍କ ତତ୍ତ୍ୱାବଧାନରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା ଏଥିରେ ମନ୍ଦିର ପ୍ରତିଷ୍ଠା କର୍ତ୍ତା ଭାବେ ବନମାଳି ମହାକୁର ଓ ତାଙ୍କ ଧର୍ମପତ୍ନୀ ମାଳତୀ ମହାକୁର ଦାୟିତ୍ଵ ନିର୍ବାହ କରିଥିଲେ।ପରେ ଶ୍ରଦ୍ଧାଳୁ ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ବନିରେ ମନ୍ଦିର ଚୁଡ଼ରେ ରତ୍ନମୁଦ ସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ମାଁ ଙ୍କ ଆଶୀର୍ବାଦ ଏବଂ ସୁଖ ଦୁଃଖରେ  ମାଁ ସାହା ଭରସା ହେବାର ଆରାଧନା କରି ଲୋକେ ନିଜ ସ୍ଥିତିକୁ ଅନୁଶୀଳନ କରି ମାଁ ଙ୍କ ପାଇଁ କିଏ ସୁନା,ରୂପା,ତମ୍ବା ତ ଆଉ କିଏ ଟଙ୍କା,ପଇସା,ବିରି,ମୁଗ,ଚାଉଳ,ଧାନ ଅର୍ପଣ କରିଥିଲେ ।ମନ୍ଦିର ଚୁଡ଼ ଉପରକୁ ଭକ୍ତ ଉଠି ନିଜର ଅର୍ପିତ ସାମଗ୍ରୀକୁ ଦାନ କରିଥିଲେ ।ମନ୍ଦିର ଚୁଡ଼ାରେ ଥିବା ୩ଟି କୁମ୍ଭରେ ଦାନ ସାମଗ୍ରୀ ଭର୍ତ୍ତି କରାଯାଇଥିଲା ।କୁମ୍ଭ ଗୁଡିକ ସମ୍ପୂର୍ଣ୍ଣ ଭର୍ତ୍ତି ହେବାପରେ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତଙ୍କ ଜୟ ଧ୍ବନିରେ ମନ୍ଦିର ପରିସର କମ୍ପି ଉଠିଲା।ଶେଷରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାଁ ଙ୍କ ଆଶୀର୍ବାଦ ନେଇଥିଲେ ।ଏହି ରତ୍ନମୁଦ ସ୍ଥାପନ କାର୍ଯ୍ୟକ୍ରମରେ ମନ୍ଦିର ପ୍ରତିଷ୍ଠା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026

You Might Also Like